ପୁରୀ: ନିର୍ମାଣାଧୀନ ମେଡିକାଲ କଲେଜ କାର୍ଯ୍ୟ ଖୁବ ଶୀଘ୍ର ସରିବ ଓ ୨୦୨୧ ସୁଦ୍ଧା ଏଠାରେ ପାଠପଢ଼ା ଓ ଚିକିତ୍ସା ସେବା ଆରମ୍ଭ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ପୁରୀ(କେନ୍ୟୁଜ୍): ନିର୍ମାଣାଧୀନ ମେଡିକାଲ କଲେଜ କାର୍ଯ୍ୟ ଖୁବ ଶୀଘ୍ର ସରିବ । ଆସନ୍ତା ୨୦୨୧ ସୁଦ୍ଧା ଏଠାରେ ପାଠପଢ଼ା ଓ ଚିକିତ୍ସା ସେବା ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୁରୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମିଳିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆଜି ଜିଲ୍ଲା ପ୍ରଶାସନ ମଧ୍ୟ ହସପିଟାଲ ପାଇଁ ଜାଗା ଓ ପଟ୍ଟା ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଛି । ପୁରୀ ଉପକଣ୍ଠରେ ଥିବା ବାଲିଗୁହାଳି ଗାଁ ନିକଟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ୨୦୧୯ ମଧ୍ୟରେ ନିର୍ମାଣ କାମ ଶେଷ ହୋଇ ପାଠପଢ଼ା ଆରମ୍ଭ ହେବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ମେଡିକାଲ କଲେଜ ପାଇଁ କଲେଜ ଓ ହଷ୍ଟେଲ ଘର ନିର୍ମାଣ ଶେଷ ହୋଇଛି । ତେବେ ହସପିଟାଲ ପାଇଁ ଜାଗା ମିଳିନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ପୂର୍ତ୍ତ ମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ପଟ୍ଟା ହସ୍ତାନ୍ତର କରିବା ପରେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.