Below header

ରାଜଧାନୀରେ ମାତିଲେ ଲୁଟେରା, ଦୋକାନ ଭିତରେ ବନ୍ଧୁକ ଦେଖାଇ ଲୁଟିନେଲେ ୫୪ ଗ୍ରାମର ସୁନା

ରାଜଧାନୀରେ ମାତିଲେ ଲୁଟେରା ।  ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍ । ଦୋକାନ ଭିତରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ ଓ ବ୍ରେସଲେଟ । ପୁରୁଣା ଭୁବନେଶ୍ୱରରେ ଗତକାଲି ରାତିରେ ଘଟିଛି ଏପରି ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ପାର୍ବଣ ସମୟରେ ରାଜଧାନୀରେ ମାତିଲେ ଲୁଟେରା ।  ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍ । ଦୋକାନ ଭିତରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ ଓ ବ୍ରେସଲେଟ । ପୁରୁଣା ଭୁବନେଶ୍ୱରରେ ଗତକାଲି ରାତିରେ ଘଟିଛି ଏପରି ଘଟଣା । ଲୁଟରେ ଶିକାର ହୋଇଥିବା ଦୁଇ ଭାଇ ହେଲେ ସତ୍ୟାନନ୍ଦ ସୁବୁଦ୍ଧି ଓ ଶତ୍ରୁଘ୍ନ ସୁବୁଦ୍ଧି। ଯାହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ  ହୋଇଛି।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଦୋକାନରେ ପଶି ଜଣେ ବନ୍ଧୁକଧାରୀ ଦୁଇ ଭାଇଙ୍କଠାରୁ ଦୁଇଟି ଚେନ୍ ଓ ବ୍ରେସଲେଟ୍ ଲୁଟି ନେଇଛନ୍ତି । ପରେ  ଦୁଇ ଭାଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନ କରିବାକୁ ପ୍ରୟାସ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.