Below header

ମ୍ୟୁଜିକ କନସର୍ଟରେ ହଠାତ୍‌ ଚାଲିଗଲା କରେଣ୍ଟ, ସଙ୍ଗେ ସଙ୍ଗେ ଗାଏବ ହୋଇଗଲା ୭୨ ମୋବାଇଲ

ଗୁରୁଗ୍ରାମ ସେକ୍ଟର-୫୯ରେ ଥିବା ସ୍ପୋଟର୍ସ କ୍ଲବରେ ଚାଲିଥିବା ମ୍ୟୁଜିକ ଫେଷ୍ଟରୁ ଚୋରି ହୋଇଗଲା ୭୨ ମୋବାଇଲ । କରେଣ୍ଟ କଟିଯିବାରୁ ଚୋର ଫାଇଦା ଉଠାଇ ନେଲା । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି ।

ଗୁରୁଗ୍ରାମ ସେକ୍ଟର-୫୯ରେ ଥିବା ସ୍ପୋଟର୍ସ କ୍ଲବରେ ଆଖିପିଛୁଳାକେ ଚୋରି ହୋଇଗଲା ୭୨ ମୋବାଇଲ । ଏହି କ୍ଲବରେ ସନବର୍ନ ଫେଷ୍ଟିଭାଲ ଚାଲୁଥିବା ବେଳେ ହଠାତ୍‌ କରେଣ୍ଟ ଚାଲିଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଚୋର ୭୨ ମୋବାଇଲ ଚୋରି କରିନେଇଥିବା ଖବର ମିଳିଛି । ଏହି ମାମଲାରେ ମୋବାଇଲ ଚୋରି ହୋଇଥିବା ନେଇ ପୋଲିସରେ ମାମଲା ରୁଜୁ ହୋଇଛି ।

ଖବର ମୁତାବକ, ଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ସେକଟର-୫୯ ରେ ଥିବା ସ୍ପୋଟର୍ସ କ୍ଲବରେ ସନବର୍ନ ଫେଷ୍ଟିଭଲ ଚାଲୁଥିଲା । ଏଥିରେ ନେଦରଲାଣ୍ଡ କଳାକାରଙ୍କ ମ୍ୟୁଜିକ କନସର୍ଟ ଚାଲିଥିଲା । ଏହି କନସର୍ଟରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ । ମ୍ୟୁଜିକ କନସର୍ଟ ଚାଲୁଥିବା ବେଳେ ହଠାତ୍‌ କରେଣ୍ଟ ଚାଲିଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଚୋର ସଙ୍ଗେ ସଙ୍ଗେ ୭୨ଟି ମୋବାଇଲ ଚୋରାଇ ନେଇଥିବା ଖବର ଜଣାପଡିଛି ।

ଏହି ମାମଲାରେ ଥାନାରେ ମାମଲା ରୁଜୁ କରାଯାଇଛି । ଡିସିପି ସାଉଥ ସିଦ୍ଧାନ୍ତ ଜୈନ କହିଛନ୍ତି, ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୨ଟି ମୋବାଇଲ ମଧ୍ୟଜବତ ହୋଇଛି ।

ଏହି ମାମଲାରେ ସେକ୍ଟର ୬୫ ପୋଲସ ଷ୍ଟେସନରେ ରବିବାର ରାତିରେ ୭ ଜଣ ଲୋକ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ସନବର୍ନ ମ୍ୟୁଜିକ ଫେଷ୍ଟରେ ସେମାନଙ୍କ ମୋବାଇଲ ଚୋରି ହୋଇଥିବା କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.