ରାଜ୍ଯ କମିଶନ୍ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଭିନ୍ନକ୍ଷମ କମିଶନର ମିନତୀ ବେହେରାଙ୍କ ଇସ୍ତଫା

ଭୁବନେଶ୍ବର (କେନ୍ଯୁଜ୍) : ବିଜୁ ମହିଳା ଜନତା ଦଳରେ ବଡ଼ ଧରଣର ପରିବର୍ତ୍ତନ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପଦରୁ ହଟିଲେ ପ୍ରମିଳା ମଲ୍ଲିକ । ତାଙ୍କୁ ମିଳିଛି ବିଜେଡି ରାଜ୍ୟ ଉପସଭାପତି ନିଯୁକ୍ତି । ଏହାସହ ବିଜେଡି ମହିଳା ଦଳର ଉପଦେଷ୍ଟା ଦାୟିତ୍ୱ ବି ତୁଲାଇବେ ପ୍ରମିଳା । ରାଜ୍ୟ ଭିନ୍ନକ୍ଷମ କମିଶନର ପଦରୁ ଇସ୍ତଫା ଦେଇଥିବା ମୀନତି ବେହେରା ହୋଇଛନ୍ତି ବିଜୁ ମହିଳା ଜନତା ଦଳର ନୂଆ ସଭାନେତ୍ରୀ । ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ବିଜେଡି ମହିଳା ଦଳର ସହ-ଉପଦେଷ୍ଟା ଭାବରେ ନିଯୁକ୍ତି ପାଇଛନ୍ତି ।

minati ଏମାନଙ୍କ ବ୍ୟତୀତ ୪ ଜଣଙ୍କୁ କାର‌୍ୟ୍ୟକାରୀ ସଭାନେତ୍ରୀ ଭାବରେ ନିଯୁକ୍ତି ମିଳିଛି । ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ଗୀତାରାଣୀ ବସ୍ତିଆ ବିଜେଡି ମହିଳା ଦଳର କାର‌୍ୟ୍ୟକାରୀ ସଭାନେତ୍ରୀ ନିଯୁକ୍ତି ହୋଇଛନ୍ତି । ସୁଲତା ଦେଓ ବିଜେଡି ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଓ ଏଲିନା ଦାସଙ୍କୁ ମିଳିଛି ସମ୍ପାଦିକା ନିଯୁକ୍ତି ହୋଇଛନ୍ତି ।

Leave A Reply

Your email address will not be published.