ବୀରେନ୍ଦ୍ର ସେହ୍ୱାଗ କହିଲେ, ଏହି ଗୋଟିଏ କଥାରେ କୋହଲି ସଚ୍ଚିନଙ୍କଠୁ କମ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ୍ର ଅଧିନାୟକ ବିରାଟ କୋହଲି ରନ୍‌ ମେସିନ୍‌’ ଭାବେ ବେଶ ଜଣଶୁଣା। କ୍ରିକେଟରେ ବିଭିନ୍ନ ବର୍ଗରେ ବହୁ ବିଶିଷ୍ଟ  ଖେଳାଳିଙ୍କର ରେକର୍ଡ ଭାଙ୍ଗିବା ସହ ନିଜକୁ ଜଣେ ଶ୍ରେଷ୍ଠ ବ୍ଯାସମ୍ଯାନ ଭାବେ ପରିଚିତ କରିଛନ୍ତି କୋହଲି। ତେବେ ନିଜକୁ ଏକ ଅତୁଳନୀୟ ସ୍ତରରେ ପହଞ୍ଚାଇବା ପାଇଁ  ଅହରହ ଚେଷ୍ଟା ଜାରି ରଖିଛନ୍ତି।

sachin - virat

ନିକଟରେ କୋହଲି କ୍ରିକେଟର ମାଷ୍ଟରବ୍ଲାଷ୍ଟର ଭାବେ ଜଣାଯାଉଥିବା ବ୍ୟାଟସ୍‌ମ୍ୟାନ ସଚିନ୍‌ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ୍‌ରେ ଦ୍ରୁତ ୧୦ ହଜାର ରନ୍‌ ରେକର୍ଡ ଭାଙ୍ଗିଛନ୍ତି। ଖାଲି ତାହା ନୁହଁ ପୂର୍ବତନ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଭାରତ ପକ୍ଷରୁ ଚତୁର୍ଥ ସର୍ବାଧିକ ରନ୍‌ ସଂଗ୍ରହ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି କୋହଲି। ତେବେ ଏହି ରେକର୍ଡ଼କୁ ଯଦି ଦେଖାଯାଏ ତେବେ ଆଗକୁ କୋହଲି ଆହୁରୀ ରେକର୍ଡ଼ ଭାଙ୍ଗିବେ ବୋଲି ମନରେ ଆଶା କରିଛନ୍ତି ପ୍ରଶଂସକ।

kohli-sehwag

ତେବେ ଏନେଇ ନିକଟରେ ପୂର୍ବତନ କ୍ରିକେଟର ଏବଂ ଓପନର ବୀରେନ୍ଦ୍ର ସେହ୍ବାଗ କହିଛନ୍ତି,  କୋହଲି ସବୁ ରେକର୍ଡ ଭାଙ୍ଗି ଦେଲେ ସୁଦ୍ଧା ମାଷ୍ଟରବ୍ଲାଷ୍ଟର ତେନ୍ଦୁଲକରଙ୍କ ଗୋଟିଏ ରେକର୍ଡ କେବେ ବି ଭାଙ୍ଗି ପାରିବେ ନାହିଁ । ଏଥିସହ ସେ କହିଛନ୍ତି ଯେ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌‌‌ରେ ସର୍ବାଧିକ ରନ୍ ହାସଲ କରିଥିବା ତେନ୍ଦୁଲକର ଭାରତ ପାଇଁ ୨୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୩.୭୮ ହାରରେ ୧୫,୯୨୧ ରନ୍‌ କରିଛନ୍ତି। ତେନ୍ଦୁଲକରଙ୍କ ଏହି ଟେଷ୍ଟ ମ୍ଯାଚ୍ ରେକର୍ଡକୁ କୋହଲି କେବେ ବି ଭାଙ୍ଗିପାରିବେ ନାହିଁ ବୋଲି ସେହ୍ୱାଗ କହିଛନ୍ତି। ଏହି ରେକର୍ଡକୁ ଭାଙ୍ଗିବା କୋହଲିଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ।