Below header

ଆସନ୍ତାକାଲି ମକର ସଂକ୍ରାନ୍ତି, ମହାପ୍ରଭୁଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ

ଭୁବନେଶ୍ବର : ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତୀ ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବାୟତ ମହାପ୍ରଭୂଙ୍କୁ ମାଳଚୂଳ ଲାଗି କରିଥିଲେ । ଏଥିସହ ବଡସିଂହାର ବେଶରେ ସୋଲ, ଜରି, କଇଁଛ ଅଠାରେ ପ୍ରସ୍ତୁତ ଶଙ୍ଖ, ହଳ, ମୂଷଳ, କୁଣ୍ଡଳରେ ମହାପ୍ରଭୂ ଜଗନ୍ନାଥ ଓ ବଳଭଦ୍ରଙ୍କୁ ନବାଙ୍କ ବେଶ କରାଯାଇଥିଲା । ବଡସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନ ଆସିଥାନ୍ତି । ସେଠାରୁ ଆଜ୍ଞାମାଳ ପାଇଁ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦିକ୍ଷଣ କରିଥାନ୍ତି । ପରେ ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ମନ୍ଦିର ଚାରିପଟେ ସାଢେ ଚାରିଥର ପ୍ରଦିକ୍ଷଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.