ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା, ସାହାରା ବୃଦ୍ଧ ଜେଜେବାପା ଓ ଜେଜେମାଆ

ବାଲେଶ୍ୱର : ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା । ସାହାରା କେବଳ ବୃଦ୍ଧ ଜେଜେବାପା ଓ ଜେଜେମାଆ । ପରିଣତ ବୟସରେ ଭିକ ମାଗି ୪ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ ।

ବାଲେଶ୍ୱର ସୋର ବ୍ଲକ୍‌ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗାଁର ମହେନ୍ଦ୍ର ମଲ୍ଲିକ୍‌। ଏକ ଅପରାଧିକ ମାମଲାରେ ଜେଲରେ ଅଛନ୍ତି । ସ୍ତ୍ରୀ କିଛିଦିନ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି । ବର୍ତ୍ତମାନ ୪ ଶିଶୁଙ୍କ ସାହା ଭରସା ପାଲଟିଛନ୍ତି ବୃଦ୍ଧ ଜେଜେବାପା ଓ ଜେଜେମାଆ । ଭିକ୍ଷା ବୃତ୍ତି କରି ଜେଜେବୋପା ପରିବାର ଚଳଉଛନ୍ତି ।

ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ଏହି ପରିବାର । ଏମାନଙ୍କୁ ସରକାରଙ୍କ ତରଫରୁ କିଛି ସହାୟତା ଯୋଗାଇଦେବାକୁ ଗାଁଲୋକ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.