ଜଟଣୀ ଓ ପିପିଲି ଅଞ୍ଚଳର ୩୬ଟି ଗାଁର ଲୋକଙ୍କ ପାଖକୁ ଫେରିବ ଜଗନ୍ନାଥଙ୍କ ଜମି, ଅଣ୍ଟା ଭିଡିଲେ ଅପରାଜିତା ଷଡ଼ଙ୍ଗୀ ଓ ସୁରେଶ ରାଉତରାୟ

ଭୁବନେଶ୍ବର(କେନ୍ୟୁଜ୍):୩୬ଟି ଗାଁର ଲୋକଙ୍କ ପାଖକୁ ଫେରିବ ଜଗନ୍ନାଥଙ୍କ ଜମି। ଜଟଣୀ ଓ ପିପିଲି ଅଞ୍ଚଳରେ ଲୋକ ଫେରିପାଇବେ ଜମି। ଜଟଣୀ ଓ ପିପିଲି ନିର୍ବାଚନ ମଣ୍ଡଳୀର ୩୬ଟି ଗ୍ରାମର ୩ ଲକ୍ଷ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ହୋଇ ଯାଇଥିବା ଅଭିଯୋଗ ହୋଇଛି । ୧୦ବର୍ଷ ତଳେ ଏଭଳି ବଦଳ ହୋଇଥିବା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ରାଜସ୍ୱ ପର୍ଷଦର ସଦସ୍ୟ ସି. ଜେ. ବେଣୁଗୋପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଏ ସଂକ୍ରାନ୍ତ ଏକ ରିଭ୍ୟୁ ପିଟିସନର ଶୁୁଣାଣି କରି ହାଇକୋର୍ଟ ୨୦୧୯ ମାର୍ଚ୍ଚ ୧୨ ତାରିଖରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମାମଲାର ଶୁଣାଣି କରି ୬ ମାସ ମଧ୍ୟରେ ସମାଧାନ କରିବାକୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତାକାଲି ୬ ମାସ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ଏହାର ସମାଧାନ ହୋଇ ପାରିନଥିବା କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ବିଭିନ୍ନ ସ୍ତରରେ ଏ ସଂକ୍ରାନ୍ତୀୟ ବୈଠକ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ରାଜସ୍ୱ ପର୍ଷଦ ସଦସ୍ୟ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସାଂସଦ ଓ ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.