D2Hରେ ମିଳିପାରେ ପୋର୍ଟବିଲିଟି ସୁବିଧା, TRAI କରୁଛି ଯୋଜନା

ଏବେ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ(TRAI) ସେଟ୍‌ଟପ୍‌ ବକ୍ସ ପୋର୍ଟବିଲିଟି ସୁବିଧା ଦେବାକୁ ଯୋଜନା କରୁଛି। ଯୋଜନା ଲାଗୁ ହେବା ପରେ ଗ୍ରାହକ ସେଟ୍‌ଅପ୍‌ ବକ୍ସ ନ ବଦଳାଇ ନିଜ ଡିଟିଏଚ୍‌ କନେକ୍ସନ୍‌ ପରିବର୍ତ୍ତନ କରିପାରିବେ।

ଏହାସହ ପଢନ୍ତୁ: DRDOରେ ରିସର୍ଚ୍ଚ ଆସୋସିଏଟ୍‌ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ

ଟେଲିକମ୍‌ରେ କେତେକ ପରିବର୍ତ୍ତନ ହେବା ପରେ ଗ୍ରାହକଙ୍କୁ ମନପସନ୍ଦର ଚ୍ୟାନେଲ ଦେଖିବାକୁ ବହୁତ ଖର୍ଚ୍ଚ କରିବାକୁ ପଡ଼ୁଛି। ଏଣୁ ଗ୍ରାହକଙ୍କୁ ସୁଲଭ ଦରରେ ମନୋରଞ୍ଜନ ଦେବା ଲାଗି ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ(TRAI) ନୂଆ ପୋର୍ଟବଲିଟି ସୁବିଧା ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରୁଛି। ଏହାଦ୍ୱାରା Airtel DTH, TATA Sky, Sun Direct DTH, Dish TV, Videocon DTH ଆଦି ଡିଟିଏଚ୍‌ ସେବାକୁ ପରସ୍ପର ମଧ୍ୟରେ ପୋର୍ଟବଲ କରାଯାଇପାରିବ।

ଏହି ଯୋଜନା ଲାଗୁ ହେବା ପରେ ଗ୍ରାହକଙ୍କୁ ଆଉ ସେଟ୍‌ଅପ୍‌ ବକ୍ସ ବଦଳାଇବାକୁ ପଡ଼ିବନାହିଁ। ପୁରୁଣା ସେଟ୍‌ଅପ୍‌ ବକ୍ସରେ ହିଁ ସେମାନେ ନୂଆ କମ୍ପାନୀର ସେବା ପାଇପାରିବେ। ଏହି ଯୋଜନା ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବ ବୋଲି ଜଣାଯାଇଛି।