ଏହି ସ୍ଥାନରେ ବିବାହ ସମୟରେ ବରକୁ ଯୌତୁକରେ ଦିଆଯାଇଥାଏ ୨୧ଟି ବିଷାକ୍ତ ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତରେ ବିବାହ ସମୟରେ ଯୌତୁକ ଦେବା ଏକ ପୁରାତନ ପରମ୍ପରା ଅଟେ ଯାହାକି ବହୁ ପୁରାତନ କାଳରୁ ଚାଲି ଆସିଛି । ବିବାହ ସମୟରେ ଝିଅ ଘରଲୋକ ଝିଅ ସହିତ ଯୌତୁକରେ ଟଙ୍କା, ଗାଡି, ଗହଣା ଇତ୍ୟାଦି ଭଳି ବହୁତ ମହଙ୍ଗା ଜିନିଷ ଉପହାରରେ ଦେଇଥାନ୍ତି ଯାହାକୁ ଯୌତୁକ କୁହାଯାଏ । କିନ୍ତୁ ଏକ ଏପରି ସ୍ଥାନ ରହିଛି ଯେଉଁଠି ବିବାହ ସମୟରେ ଝିଅ ସହିତ ସାପ ଉପହାରରେ ଦେଇଥାନ୍ତି । ଏହି କଥାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ଅଟେ । ତାହେଲେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।

ମଧ୍ୟପ୍ରଦେଶର ଗୌରୀୟ ସମୁଦାୟରେ ଏକ ଏପରି ପ୍ରଥା ପ୍ରଚଳିତ ରହିଛି । ଏହି ସମୁଦାୟର ଲୋକମାନେ ବିବାହ ସମୟରେ ଜ୍ୱାଇଁଙ୍କୁ ୨୧ଟି ବିଷଧର ସାପ ଯୌତୁକରେ ଦେଇଥାନ୍ତି । ଏହି ପରମ୍ପରା ଅନେକ ବର୍ଷ ଧରି ଚାଲି ଆସୁଛି । ଏହା ପଛରେ ଥିବା କାରଣ ହେଉଛି ଯଦି ବରକୁ ୨୧ଟି ସାପ ଯୌତୁକରେ ନଦିଆଯାଏ ତାହେଲେ ଅତିଶୀଘ୍ର ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ ।

 

ସୂଚନା ଅନୁଯାୟୀ ଝିଅର ବାହାଘର ଠିକ ହେବା ମାତ୍ରେ ତାର ବାପା ସାପ ଧରିବା ଆରମ୍ଭ କରିଦେଇଥାନ୍ତି । ଏହି ଅଂଚଳରେ ଛୋଟ ଶିଶୁ ମାନଙ୍କୁ ମଧ୍ୟ ସାପକୁ ଡର ଲାଗିନଥାଏ । କାରଣ ଏଠାକାର ଲୋକେ ସାପ ସହିତ ଖେଳିଥାନ୍ତି । ଏହି ସମୁଦାୟର ଲୋକମାନେ ଅଧିକାଂଶ ସାପ ଧରିଥାନ୍ତି ଏବଂ ଏହି ସାପଗୁଡ଼ିକୁ ସାହାଯ୍ୟରେ ସେମାନେ ଖେଳ ଦେଖାଇ ପଇସା ରୋଜଗାର କରିଥାନ୍ତି । ଏହି ପରମ୍ପରା ପଛରେ ଥିବା ଅନ୍ୟ ଏକ କାରଣ ହେଲା ପୁଅ ଏହି ସାପ ଗୁଡିକୁ ନେଇ ପଇସା ରୋଜଗାର କରିପାରିବ ଓ ନିଜ ପରିବାରର ପେଟ ପୋଶିପାରିବ ।

 

ଏହି ଅଂଚଳର ଲୋକମାନେ ସାପକୁ ସୁରକ୍ଷିତ ରଖିବା ପାଇଁ ଅନେକ କଡା ନିୟମ ପ୍ରସ୍ତୁତ କରିଥାନ୍ତି । ଯଦି କୌଣସି ପରିବାରରେ ସାପ ମରିଯାଏ ତାହେଲେ ସେମାନଙ୍କ ପୁରା ପରିବାରକୁ ସାପପାଇଁ ଲଣ୍ଡା ହେବାକୁ ପଡିଥାଏ ଏବଂ ଲୋକମାନଙ୍କୁ ଭୋଜି ଦେବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.