Below header

କଙ୍କଡା ଦେହରେ ଅବତାର ନେଲେ କି ଭଗବାନ? ଦେଖାଗଲା ନୃସିଂହଙ୍କ ଛବି

ପୁରୀ(କେନ୍ୟୁଜ୍‌): କଙ୍କଡା ଦେହରେ ପ୍ରଭୁ ନୃସିଂହଙ୍କ ଅବିକଳ ଚିତ୍ର । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ। ପୁରୀ ସମୁଦ୍ରରୁ ଧରା ହୋଇଥିବା ଏକ କଙ୍କଡା ଦେହରେ ଏଭଳି ବିରଳ ଦୃଶ୍ୟ ପରିଲିକ୍ଷିତ ହୋଇଛି। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ମହାପ୍ରଭୁଙ୍କ କୃପା ପୁରୀବାସୀଙ୍କ ଉପରେ ସଦାସର୍ବଦା ରହିଥିବା ଏହି ବିରଳ କଙ୍କଡା ପାଇଥିବା ବ୍ୟକ୍ତି ଜଣକ କହିଛନ୍ତି।

crabପେଣ୍ଠକଟା ବେହେରା ସାହିର ଦୁଇଜଣ ମାଛ ବେପାରୀ ସମୁଦ୍ରକୂଳକୁ ମାଛ କିଣିବାକୁ ଯାଇଥିବା ବେଳେ ଜାଲ ଭିତରୁ ଏହି ବିରଳ କଙ୍କଡାକୁ ଉଦ୍ଧାର କରିଥିଲେ। ତେଵେ କଙ୍କଡା ଦେହରେ ପ୍ରଭୁ ନୃସିଂହଙ୍କ ଅବିକଳ ଚିତ୍ର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିରଳ କଙ୍କଡାକୁ ଦେଖିବା ପାଇଁ ସେଠାରେ ଭିଡ ଲାଗିଥିବାବେଳେ ଘଟଣାକୁ ନେଇ କୌତୁହଳ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.