Below header

ନନ୍ଦନକାନନ ଥାନା ନଣ୍ଡା ହତ୍ୟାକାଣ୍ଡ ପଛରେ ତ୍ରିକୋଣୀୟ ପ୍ରେମ, କଟକ ମଙ୍ଗୁଳି ଅଞ୍ଚଳରୁ ୨ଜଣ ଗିରଫ

ଭୁବନେଶ୍ୱର(କେନ୍ୟୁଜ): ନନ୍ଦନକାନନ ଥାନା ନଣ୍ଡା ହତ୍ୟାକାଣ୍ଡ ପଛରେ ତ୍ରିକୋଣୀୟ ପ୍ରେମ । ଜଣେ ମହିଳାଙ୍କ ସହ ଦୁଇ ପ୍ରେମିକଙ୍କ ସଂପର୍କକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ନଣ୍ଡାକୁ ହତ୍ୟା କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ କାଳିଆ ସାହୁ ଓ ପାନ ସିଂ । କଟକ ମଙ୍ଗୁଳି ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ ।

ଗତ ୨୫ ତାରିଖରେ ବାରଙ୍ଗ ଷ୍ଟେସନ ନିକଟରେ ଏକ ଅର୍ଦ୍ଧନିର୍ମିତ ଘରୁ ନଣ୍ଡାର ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଥିଲା । ପୋଷ୍ଟମର୍ଟମ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ନଣ୍ଡା, କାଳିଆ ଓ ପାନ ସିଂ ତିନି ଜଣ ଜରି ଗୋଟାଳି । ଘଟଣାଦିନ ତିନିହେଁ ଏକାଠି ମଦ ପିଇ ଥିଲେ । ପରେ ନିଜ ଭିତରେ ଗଣ୍ଡଗୋଳ ହେବା ପରେ ନଣ୍ଡାକୁ ହତ୍ୟା କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ କାଳିଆ ଓ ପାନ ସିଂ । ଏସିପି ରମେଶ ବିଶୋୟୀ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.