୨୦୨୨ରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା, ଦେଖିବାକୁ ମିଳିଛି ଟପ୍‌ ୪ଟି ମାମଲା

ଭୁବନେଶ୍ୱର (କେନ୍ୟୁଜ): ୨୦୨୨ରେ ଭିଜିଲାନ୍‌ସକୁ ମିଳିଛି ବଡ଼ ସଫଳତା। ଭିଜିଲାନ୍‌ସ ଇତିହାସରେ ଯେତେ ନଗଦ ଟଙ୍କା ଜବତ ହୋଇଛି ତାର ଟପ୍‌ ୪ଟି ମାମଲା ୨୦୨୨ରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭିଜିଲାନ୍‌ସ ୨୮୫ ମାମଲାରେ ୫୪୪ ଜଣଙ୍କ ବିରୋଧରେ କେସ୍‌ ରୁଜୁ କରିଛି। ୬୦ ଜଣ କ୍ଲାସ-୧ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। କ୍ଲାସ୍‌-୧ ଅଧିକାରୀଙ୍କ ନାଁରେ ମାମଲା ସଂଖ୍ୟା ଗତ ୫ ବର୍ଷରେ ସର୍ବାଧିକ।

ଏହାସହ ଚଳିତ ବର୍ଷ ୨୦୦ଙ୍କୁ ଗରିଫ କରିଛି ଭିଜିଲାନ୍‌ସ। ୧୧୮ଟି ଟ୍ରାପ କେସ୍‌ ଓ ୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି। ୧୨୬ ସରକାରୀ ଅଧିକାରୀ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି। ଟ୍ରାପ୍‌ କେସରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ ଧରାପଡିବା ଭିଜିଲାନ୍‌ସ ଇତିହାସରେ ସର୍ବାଧିକ।୮୪ଟି ଆୟବହିର୍ଭୂତ ସମ୍ପତ୍ତି ମାମଲା ହୋଇଛି। ସେଥିରୁ ଠାବ ହୋଇଛି, ୧୭୪ କୋଟି ୮୩ ଲକ୍ଷ ଟଙ୍କା। ୩୨ଟି କ୍ଲାସ-୧ ଅଧିକାରୀଙ୍କ ବିରୋଧରେ DA କେସ୍‌ ହୋଇଛି।

ଭିଜିଲାନ୍‌ସ ଇତିହାସରେ ଯେତେ ନଗଦ ଟଙ୍କା ଜବତ ହୋଇଛି ତାର ଟପ୍‌ ୪ ଟି ମାମଲା ୨୦୨୨ରେ ଦେଖିବାକୁ ମିଳିଛି। ସେଥିରୁ ଗଞ୍ଜାମ ଜିଲ୍ଲାରେ ମାଇନର ଇରିଗେସନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନୟରଙ୍କ ପାଖରୁ ମିଳିଥିଲା ୩ କୋଟି ୪୧ ଲକ୍ଷ ଟଙ୍କା। ଭିଜିଲାନ୍‌ସ ଚଳିତ ବର୍ଷ ୬୦୦ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ୮୯୮ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ୩୪୭ ମାମଲାର ତଦନ୍ତ ଶେଷ ହୋଇଛି ଏବଂ ୯୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.