୧୭ ତାରିଖରେ ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ

ଭୁବନେଶ୍ୱର(କେ ନ୍ୟୁଜ): ଅଦିନିଆ ବର୍ଷା ଦାଉ ସାଧିଛି । ଲଘୁଚାପ ବର୍ଷା ମାଡ଼ରେ କ୍ଷେତରେ ବିଭିନ୍ନ ଜିଲ୍ଲାରେ ବୁଡ଼ିଛି ଏକର ଏକର ଜମିର ସୁନାର ଫସଲ । ଏହାକୁ ନେଇ ଚିନ୍ତାରେ ଚାଷୀକୁଳ । ଏପଟେ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଲଘୁଚାପ ସକ୍ରିୟ ରହିଛି । କାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ହେବ ପରିଣତ।

୧୭ ତାରିଖରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୭ ତାରିଖ ପାଇଁ ୨ଟି ଜିଲ୍ଲା ଓ ୧୮ ତାରିଖ ପାଇଁ ୫ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.