ଆସୁଛି ବଡ଼ ବର୍ଷା, ଆସନ୍ତା ୪ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୪ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ। ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଚି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ସେହିପରି ଜୁଲାଇ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆଜିଠାରୁ ଆଗାମୀ ୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଜୁନ ୧ରୁ ଜୁଲାଇ ୧ ତାରିଖ ଯାଏ ସ୍ୱାଭାବିକଠୁ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଛି । ୪ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ୬୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ଜଣାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.