ଯୁବକ ଧରିଲେ ବିରଳ ଦୁଇ ମୁଣ୍ଡିଆ ସାପ; ଆଶ୍ଚର୍ଯ୍ୟଜନକ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ

କେବେ ଆପଣ ଦୁଇ ମୁଣ୍ଡିଆ ସାପ ଦେଖିଛନ୍ତି? ନିକଟରେ ଦକ୍ଷିଣ ଆଫ୍ରିକାର ଡରବନରେ ଜଣେ ସାପ ଧରାଳି ଏକ ବିରଳ ଦୁଇ ମୁଣ୍ଡିଆ ସାପକୁ ଧରିଥିଲେ, ଯାହା ପରେ ସେ ଏହାର ଏକ କ୍ଲୋଜ୍‌ ଫଟୋ ଉଠାଇ ତାହାକୁ ଫେସବୁକରେ ସେୟାର କରି ଦେଇଥିଲେ। ଏହାପରେ ଫଟୋଟି ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ସାପକୁ ଉଦ୍ଧାର କରିଥିବା ନିକ ଇନଭାସ୍ କହିଛନ୍ତି, ସାପର ଲମ୍ବ ପ୍ରାୟ ୩୦ ସେଣ୍ଟିମିଟର ଥିଲା।

ନିକ ଇନଭାସ୍ ଜଣେ ସାପ ଧରାଳି। ସେ ଜୁନ୍‌ ୨୮ରେ ଫେସବୁକରେ ବିରଳ ଦୁଇ ମୁଣ୍ଡିଆ ସାପ ‘ସାଉଥ୍ ବ୍ରାଉନ୍ ଏଗ୍‌ ଇଟର’ର ଫଟୋ ସେୟାର କରିଥିଲେ। ଏଥି ସହିତ ଏକ ଲମ୍ବା ପୋଷ୍ଟ ଲେଖି ଏହି ସାପକୁ କିପରି ଦେଖିବାକୁ ପାଇଲେ, ତାହା ବିଷୟରେ କହିଥିଲେ। ତାଙ୍କ ଫେସବୁକ ପୋଷ୍ଟକୁ ଏ ପର୍ଯ୍ୟନ୍ତ ୨.୬ ହଜାର ପ୍ରତିକ୍ରିୟା ଏବଂ ୭୦୦ ସେୟାର ମିଳିଛି।

ପକ୍ଷୀ ଅଣ୍ଡା ଖାଇଥାଏ ଦୁଇ ମୁଣ୍ଡିଆ ସାପ

ଇନଭାସ୍ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ଡରବନ୍‌ ନର୍ଥରେ ଥିଲା ବେଳେ ଏହି ବିରଳ ସାପକୁ ଦେଖିବାକୁ ପାଇଥିଲି। ଏହା ଏକ ସାଉଥ୍ ବ୍ରାଉନ୍ ଏଗ୍‌ ଇଟର, ଯାହାକି ବହୁତ ସହଜରେ ମିଳି ଯାଇଥାଏ। ଏହି ପ୍ରଜାତିର ସାପ କ୍ଷତିକାରକ ନୁହଁନ୍ତି। କିନ୍ତୁ ସାପର ଦୁଇଟି ମୁଣ୍ଡ ରହିଛି, ଯାହା ବହୁତ ଦୁର୍ଲ୍ଲଭ ମାମଲା। ବର୍ତ୍ତମାନ ଏହି ସାପ ପ୍ରଫେସନାଲ୍‌ କେୟାରରେ ଅଛି।

କହି ରଖୁଛୁ, ଏହି ସାପକୁ Ndwedweର ଜଣେ ବ୍ୟକ୍ତି ନିଜ ଅଗଣାରେ ବୁଲୁଥିବାର ପ୍ରଥମେ ଦେଖିବାକୁ ପାଇଥିଲେ। ତାଙ୍କୁ ଯେପରି କୌଣସି କ୍ଷତି ନ ପହଞ୍ଚିବ, ସେଥିପାଇଁ ସେ ସାପଟିକୁ ଧରି ଏକ ବୋତଲରେ ବନ୍ଦ କରି ଦେଇଥିଲେ। ପରେ ବ୍ୟକ୍ତି ଜଣକ ଇନଭାସ୍‌ଙ୍କୁ ଡାକି ସାପକୁ ନେଇଯିବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.