ମଙ୍ଗଳବାର ଆରମ୍ଭ ଗୁରୁବାର ନଷ୍ଟ : ଏମିତି ହେଉଛି ରାସ୍ତା କାମ

କଟକ : ୩ କୋଟି ୩୯ ଲକ୍ଷ ବ୍ଯୟବରାଦରେ ଆରମ୍ଭ ହେଲା ପିଚୁ କାମ । ହେଲେ ଦୁଇ ଦିନ ଯାଇନି ଉଠିଗଲା ପିଚୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳିରେ । ରାଣୀତଳାରୁ କୁମ୍ଭାରକୁନ୍ଦ ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଅଧୀନରେ ଗତ ମଙ୍ଗଳବାର ପିଚୁ କାମ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗୁଁ ଗୁରୁବାର ହିଁ ପିଚୁ ଉଠିବା ଆରମ୍ଭ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଅନ୍ଯପଟେ ଗ୍ରାମ୍ଯ ଉନ୍ନୟନ ବିଭାଗ ସଫେଇ ଦେଇଛି ଯେ ବର୍ଷା ଯୋଗୁଁ ଶୁଖିପାରନଥିଲା ପିଚୁ । ଯାହା ଫଳରେ ଏମିତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.