ଚିଟ୍‌ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ

(କେନ୍ଯୁଜ ବ୍ଯୁରୋ) : ଚିଟ୍‌ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ। ୩ଦିନିଆ ରିମାଣ୍ଡରେ ନେବାକୁ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁ। ୱେଲଫେୟାର ବିଲ୍‌ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏମଡି ଏମ ବିଜୟ ପ୍ରସାଦ।

ଚିଟ୍‌ଫଣ୍ଡ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗତ ୭ ତାରିଖରେ ବିଶାଖାପାଟଣାରୁ ଗିରଫ କରିଛି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା।ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ୫ଟି ମାମଲା ରହିଛି। ୨୦୧୯ ନିର୍ବାଚନରେ ବିଶାଖାପାଟଣାରୁ ନିର୍ବାଚନ ଲଢିଥିଲେ ବିଜୟ ମଲ୍ଲ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ।