କୋଭିଡ କଟକଣା ଭିତରେ ମୟୁରଭଞ୍ଜର ଠାକୁରମୁଣ୍ଡାରେ ସରିଲା ମା’ବାସୁଳିଙ୍କ ଐତିହାସିକ ଉଡା ପର୍ବ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ କୋଭିଡ କଟକଣାକୁ ମାନି ଚଳିତ ବର୍ଷ ମା” ବାସୁଳିଙ୍କ ଐତିହାସିକ ଉଡା ପର୍ବ ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି । ମା ବାସୁଳି ହେଉଛନ୍ତି ଠାକୁରମୁଣ୍ଡା ଅଞ୍ଚଳର ପ୍ରତ୍ୟକ୍ଷ ଓ ଅଧିଷ୍ଠାତ୍ରୀ ଦେବୀ । ବିଶ୍ୱାସ ଅଛି ସମସ୍ତ ସୁବିଧା ଅସୁବିଧାରେ ଏ ଅଞ୍ଚଳବାସୀ ମା” ଙ୍କୁ ଡାକିଥାନ୍ତି ଏବଂ ମା ଭକ୍ତର ଡାକ ଶୁଣିଥାନ୍ତି । ଏହି ପର୍ବ ବୈଶାଖ ମାସ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଦିନ ପାଳିତ ହୋଇଥାଏ ।

ପ୍ରତେକ ବର୍ଷ ୭୦/୮୦ ଜଣ ଭକ୍ତା ମିଶୁଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣାକୁ ଆଖିରେ ରଖି ୨୫ ଜଣ ଭକ୍ତାରେ ଉଡା ପର୍ବ ଅନୁଷ୍ଠିତ ହୋଇଯାଇଛି । ତେବେ ପୋଲିସ ଓ ପ୍ରଶସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ଯବସ୍ଥା କରାଯାଇଥିଲା । ଏଠାରେ ପରମ୍ପରା ନିଆରା ।ଭକ୍ତା ମନେ ଏଠି ଦେହ ରେ ଲୁହା କଣ୍ଟା ଫୁଟେଇ ଥାଆନ୍ତି । ସେହି କଣ୍ଟା ଦେହରେ ଲାଗିଥାଏ । କଣ୍ଟାକୁ ଦଉଡିରେ ବାନ୍ଧି ଥାଆନ୍ତି ଭକ୍ତା ମାନେ । ଏକ କାଠ ଗଣ୍ଡିରେ ବନ୍ଧା ଯାଇଥିବା ଦଉଡିରେ ଉଡ଼ି ଥାଆନ୍ତି । ଏହାକୁ ଉଡା ପର୍ବ କୁହାଯାଇଥାଏ।

ଏହି ପର୍ବ ରାଜା ରାଜୁଡା ସମୟରୁ ପ୍ରଚଳିତ ହୋଇ ଆସୁଅଛି । କିମ୍ବଦନ୍ତୀ ମତ ଅନୁଯାୟୀ ଏହି ପରମ୍ପରା ଶହ ଶହ ବର୍ଷ ପୁରୁଣା । ଏହି ଉଡା ପର୍ବ ଦେଖିବା ପାଇଁ ଝାରଖଣ୍ଡ, ବିହାର, କୋଲକତା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । କିନ୍ତୁ ଚଳିତବର୍ଷ ବିନା ଭକ୍ତରେ ପାଳିତ ହେଲା ଉଡା ପର୍ବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.