Below header

ଚଳିତ ବର୍ଷ ବନ୍ୟା ଜଳ ଛୁଇଁଲା ମା ଭଟ୍ଟାରିକାଙ୍କ ବେଢ଼ାକୁ, ସ୍ଥାନାନ୍ତରିତ ହେଲେ ଠାକୁରାଣୀ

 ମା ଭଟ୍ଟାରିକାଙ୍କୁ ବର୍ତ୍ତମାନ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯିବା ପକ୍ରିୟା ଆରମ୍ଭ  ହୋଇଛି। କିଛି ସମୟ ପୂର୍ବରୁ ଜଗ ମୋହନ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟ ମନ୍ଦିର ମଧ୍ୟକୁ ବନ୍ୟା  ଜଳ ପ୍ରବେଶ କରିଛି ।

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ପ୍ରଥମ ବନ୍ୟା  ଜଳ ପହଞ୍ଚିଲା । ପାହାଚ ଉପର ଦେଇ ବେଢ଼ାକୁ ଛୁଇଁଲା । ତେବେ ଏ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ବହୁତ ଛନକା ଦେଖିବାକୁ ମିଳିଛି । ଯେଉଁଭଳି ଭାବେ ଲଘୁଚାପ ବର୍ଷା ଜାରି ରହିଛି ମହାନଦୀରେ କଣ ବନ୍ୟା ଆସିବ କ? ଏନେଇ ଆତଙ୍କିତ ଅଛନ୍ତି ନଦୀକୂଳିଆ ଅଧିବାସୀ।

ମା ଭଟ୍ଟାରିକାଙ୍କୁ ବର୍ତ୍ତମାନ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯିବା ପକ୍ରିୟା ଆରମ୍ଭ  ହୋଇଛି। କିଛି ସମୟ ପୂର୍ବରୁ ଜଗ ମୋହନ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟ ମନ୍ଦିର ମଧ୍ୟକୁ ବନ୍ୟା  ଜଳ ପ୍ରବେଶ କରିଛି । ତେଣୁ  ଠାକୁରାଣୀଙ୍କ ସମସ୍ତ ଆସବାପତ୍ର ସହିତ ଚଳନ୍ତି ପ୍ରତିମାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.