ଯାଜପୁର: ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ, ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

ଯାଜପୁର ଟାଉନ(କେନ୍ୟୁଜ୍): ଚଳିତ ବର୍ଷ ଦୁର୍ଗାତ୍ସବରେ ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ । ନବ ଦିନ ବ୍ୟାପି ଅନୁଷ୍ଠିତ ଏହି ରଥ ଯାତ୍ରାରେ ସେବାୟତ ପୋଲିସ ଟାଣିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣା ଲାଗି ଶ୍ରଦ୍ଦାଳୁଙ୍କ ମନ୍ଦିର ଦର୍ଶନ ଓ ରଥ ଟଣା କୁ ଦୁଇଟି ପର୍ଯ୍ୟାୟ ରେ ଭାଗ କରାଯାଇଛି ।

jajpur biraja

ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚତୁରପର୍ଶ୍ୱରେ ଲାଗୁ ହେବ ୧୪୪ ଧାରା। ପ୍ରତ୍ୟେକ ଦିନ ଅପରାହ୍ନ ୨ରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ରହିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ । କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମନ୍ଦିର ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.