Below header

ଫ୍ୟାଟି ଲିଭର ହୋଇପାରେ ଠିକ୍‌, ଆପଣାନ୍ତୁ ଏପରି ଖାଦ୍ୟ ଓ ଲାଇଫଷ୍ଟାଇଲ

ଫ୍ୟାଟି ଲିଭର : ଲିଭର (Liver) ଶରୀରର ଏପରି ଅଙ୍ଗ ଯାହା ଖରାପ ହେବା ପରେ ମଧ୍ୟ ପୂର୍ଣ୍ଣ ସୁସ୍ଥ ହୋଇପାରେ । କେବଳ ଏଥିପ୍ରତି ଖାମଖିଆଲ ନହୋଇ ଯତ୍ନ ନେବାର ଅଛି । ଫ୍ୟାଟି ଲିଭର ପ୍ରତି ଯଦି ଯତ୍ନ ନିଆନଯାଏ ଏହା ମାରାତ୍ମକ ହୋଇପାରେ । ତେଣୁ ଡାକ୍ତରଙ୍କ କଥା ମାନିବା ସହ ଅତି କମରେ ବର୍ଷକୁ ୨ ଥର ବ୍ଲଡ ଟେଷ୍ଟ କରନ୍ତୁ । ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ ପୁରା ରିପୋର୍ଟ ପାଇ ପାରିବେ ।

କ’ଣ ଏହି ଫ୍ୟାଟି ଲିଭର : ଲିଭର ରେ ୫ ରୁ ୧୦ ପ୍ରତିଶତ ଫ୍ୟାଟ୍‌ ରହିଥାଏ । କିନ୍ତୁ ଯେତେବେଳେ ଏହାଠାରୁ ଅଧିକ ଫ୍ୟାଟ ଲିଭରରେ ଏକତ୍ରୀତ ହୁଏ ଏହାକୁ ଫ୍ୟାଟି ଲିଭର କୁହାଯାଇଥାଏ । ଏହାର ଲକ୍ଷଣ ସାଧାରଣତ ଜଣାପଡ଼ି ନଥାଏ କିମ୍ବା ଶୀଘ୍ର ଏହା ଅଧିକ କ୍ଷତି କରିନଥାଏ । ହେଲେ ଏହାକୁ ଅଣଦେଖା କଲେ ଏହା ମାରାତ୍ମକ ହୋଇଥାଏ ।

ମଦ୍ୟ ଠାରୁ ଦୂରରେ ରୁହନ୍ତୁ : ଫ୍ୟାଟି ଲିଭର ଦୁଇ ପ୍ରକାର ଯଥା ଆଲକୋହଲିକ ଓ ନନ୍‌ ଆଲକୋହଲିକ । ଆଲକୋହଲିକ କିଛି ଦିନ ପରେ ଲିଭର ସେରୋସିସ କୁ ଗତି କରିଥାଏ । ଯାହାକି ଲିଭର କ୍ୟାନ୍ସର କୁ ପରିବର୍ତ୍ତିତ ହୋଇଥାଏ । ତେଣୁ ମଦ ଠାରୁ ଦୂରରେ ରହିବା ଆବଶ୍ୟକ ।

ପ୍ରୋଟିନ ମାତ୍ରା ବଢ଼ାନ୍ତୁ : ଖାଦ୍ୟରେ ପ୍ରୋଟିନ ମାତ୍ରା ବଢ଼ାନ୍ତୁ । ଯାହାଦ୍ୱାରା ଶରୀରରେ ଫ୍ୟାଟ କମ ହୋଇଥାଏ । ଫ୍ୟାଟ କମିଗଲେ ଫ୍ୟାଟି ଲିଭର ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ । ତେଣୁ ଖାଦ୍ୟରେ ଅଣ୍ଡା ଓ ମାଛ ସାମିଲ କରନ୍ତୁ ।

ସବୁଜ ପନିପରିବା ଖାଆନ୍ତୁ : ଖାଦ୍ୟରେ ଫାଇବର ମାତ୍ରା ବଢ଼ାନ୍ତୁ । ଫଳରେ ଓଜନ ନିୟନ୍ତ୍ରିତ ହେବାରେ ସାହାଯ୍ୟ ମିଳିବ । ଏହାଦ୍ୱାରା ବ୍ଲଡରେ ସୁଗାର ମାତ୍ରା ମଧ୍ୟ ନିୟନ୍ତ୍ରିତ ରହିବ । ତେଣୁ ଦୈନିକ ଖାଦ୍ୟରେ ୩ ରୁ ୪ ଫଳ କିମ୍ବା ପରିବା ସାମିଲ କରନ୍ତୁ ।

ଏହି ଜିନିଷ ଠାରୁ ଦୂରରେ ରୁହନ୍ତୁ : ମିଠା ଓ ଷ୍ଟାର୍ଚ ଫୁଡ ଠାରୁ ଯେତେ ଦୂରେଇ ରହିବ ସେତେ ଭଲ । ଲୁଣିଆ ଓ ବଜାରରେ ମିଳୁଥିବା ପ୍ରୋସେସିଂ ଫୁଡ ଖାଆନ୍ତୁ ନାହିଁ । ବଟର, ଘିଅ, ଫ୍ୟାଟ ଥିବା ମିଲ୍କ ଠାରୁ ଦୂରରେ ରୁହନ୍ତୁ ।

ବି.ଦ୍ର – ଏଥିରେ ଦିଆଯାଇଥିବା ସୂଚନା କେବଳ ତଥ୍ୟ ଆଧାରିତ । ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.