୨୪ ଦିନର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କଲା ବାପା, କହିଲା- ‘ତା’ ପାଇଁ ଖର୍ଚ୍ଚ କରିବାକୁ ଚାହୁଁନଥିଲି’

ବାପା ସାଜିଲା ପିଶାଚ। ନିଜ ହାତରେ ହିଁ ନିଜ ଛୁଆର ଜୀବନ ନେଇଗଲା। ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ଏକ ରାକ୍ଷସ ବାପା ନିଜ ୨୪ ଦିନର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୁଅକୁ ଏଭଳି ମାରିବା ପଛର କାରଣ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଗିରଫ ହେବା ପରେ ଏହି ବାପା କହିଛି ଯେ ସେ ଛୁଆ ପଛରେ ପଇସା ଖର୍ଚ୍ଚ କରିବାକୁ ଚାହୁଁନଥିଲା। ଏଣୁ ତାକୁ ମାରି ଦେଲା।

ରିପୋର୍ଟ ମୁତାବକ, ଆମେରିକାରେ ୧୭ ବର୍ଷୀୟ କାଲେବ ସନ୍ତାନ ଚାହୁଁନଥିଲା। କିନ୍ତୁ ତାଙ୍କ ପାର୍ଟନର ରସେଲ ଗର୍ଭପାତ କରିବାକୁ ରାଜି ନଥିଲେ। ଏଣୁ ତା’ ଇଚ୍ଛା ବିରୋଧରେ ଛୁଆ ଜନ୍ମ ଦେଇଥିଲେ। ସେ ଜନ୍ମ ବେଳୁ ହିଁ ଛୁଆକୁ ପସନ୍ଦ କରୁନଥିଲେ। ମାତ୍ର ୧୦ ଦିନର ଥିବା ବେଳେ ଥରେ କାଲେବ ଛୁଆକୁ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ଅସଫଳ ହୋଇଥିଲେ। ମାତ୍ର ଘଟଣା ଦିନ ରସେଲ ବାଥରୁମ୍‌ ଯିବା ପରେ କାଲେବ ପୁଅର ପେଟକୁ ପ୍ରଥମେ ଜୋରରେ ଚାପି ଦେଇଥିଲେ। ୨୪ ଦିନର ଛୁଆଟି ଜୋରରେ କାନ୍ଦିବାରୁ ତାକୁ ସେ ଉପରକୁ ପକାଇଥିଲେ। ଫଳରେ ଛାତରେ ତା’ ମୁଣ୍ଡ ପିଟି ହୋଇଯାଇଥିଲା ଓ ସେ ନିସ୍ତେଜ ହୋଇଯାଇଥିଲା।

ରସେଲ ବାଥରୁମ୍‌ରୁ ଆସିବା ବେଳକୁ ବାପା କୋଳରେ ଛୁଆକୁ ଦେଖିଥିଲେ। କିଛି ସମୟ ପରେ କାଲେବ ଛୁଆକୁ ଖଟରେ ଶୁଆଇ ଦେଇ ବାହାରକୁ ଚାଲିଯାଇଥିଲା। ଏହା ପରେ ଛୁଆର ସ୍ୱର ନ ଶୁଭିବାରୁ ରସେଲ ପାଖକୁ ଯାଇ ଦେଖିବାରୁ ଛୁଆଟି ନୀଳ ପଡ଼ିଯାଇଥିଲା। ସେ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ ମଧ୍ୟ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।
ଏନେଇ ରସେଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କାଲେବଙ୍କୁ ଡାକି ପଚରାଉଚରା କରିବାରୁ ସତ ପଦାକୁ ଆସିଥିଲା। ଛୁଆର ଶବ ବ୍ୟବଚ୍ଛେଦ କରିବା ପରେ ବାପା ତାକୁ ଅତି ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.