ସମ୍ବଲପୁର ମହାନଦୀରେ ଅଘଟଣ: ଜଣକୁ ଉଦ୍ଧାର କରିବାକୁ ଯାଇ ଭାସିଗଲେ ୩ ,ଜଣେ ଉଦ୍ଧାର  

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ। ଗୋଟିଏ ପରିବାରର ତିନି ଜଣ  ମହାନଦୀ ଜଳସ୍ରୋତରେ ଭାସି ଯାଇଛନ୍ତି । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାର ଏକତ୍ରିତ ହୋଇ ସ୍ନାନ କରୁଥିବା ସମୟରେ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ । ଜଣକୁ ଉଦ୍ଧାର କରିବା ପାଇଁ ଗୋଟିଏ ପରେ ଗୋଟିଏ ଭାସି ଯାଇଥିଲେ । ହୀରାକୁଦର ଦୁଇଟି ଗେଟ ଖୋଲାଯାଇଥିବାରୁ ମହାନଦୀରେ ପ୍ରଖର ଜଳସ୍ରୋତ ରହିଛି ।

sambalpur1

ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ ।  ସ୍ଥାନୀୟ ଲୋକ ମଧ୍ୟ ଡ଼ଙ୍ଗା ସାହାଯ୍ୟରେ ଖୋଜା ଖୋଜି କରି ୧୫ ବର୍ଷୀୟ ମହମ୍ମଦ ଅବତାଫକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଅବତାଫର ଭଉଣୀ ରୁକସାନା ପରବିନ ଓ ବାପା ଏମଡି. ଅଳତାଫଙ୍କ କିଛି ଖୋଜ ଖବର ମିଳିନାହିଁ । ତାଙ୍କୁ ଗଭୀର ଜଳରୁ ଉଦ୍ଧାର କରିବା ପାଇଁ ଜାଲର ସାହାଯ୍ୟ ମଧ୍ୟ ନିଆଯାଇଥିଲା । ଅନ୍ଧାର ହୋଇଯିବାରୁ ଅନ୍ଯ ଦୁଇ ଜଣଙ୍କ ଉଦ୍ଧାର କାର୍ଯ୍ଯ ବାଧାପ୍ରାପ୍ତ ହୋଇଛି । ଗୁରୁତର ଅବତାଫକୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.