ବିନା ପାରିଶ୍ରମିକରେ କାମ କରନ୍ତୁ ଆଇନଜୀବୀ : ଜଷ୍ଟିସ ଦୀପକ ମିଶ୍ର

କଟକ : ସମାଜର ସବୁ ବର୍ଗର ଲୋକଙ୍କୁ ନ୍ୟାୟ ସହ ମାନବିକ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦିଆଯାଉ। ଏଥିପାଇଁ ବିନା ପାରିଶ୍ରମିକରେ କାମ କରିବାକୁ ଆଇନଜୀବୀଙ୍କୁ ଆହ୍ଵାନ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ମଧୁସୂଦନ ଲ କଲେଜର ପ୍ରଥମ ମଧୁସୂଦନ ମେମୋରିଆଲ ଲେକ୍ଚରକୁ ଉଦ୍ଘାଟନ କରି ଏହି ଆହ୍ଵାନ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି। ରୋଲ୍ ଅଫ ଲୟର୍ସ ଇନ୍ ଜଷ୍ଟିସ ଡିସ୍ପେନ୍ସେସ୍ ସିଷ୍ଟମ ଶୀର୍ଷକ ପାଠଚକ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ସହ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।