ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଲେ ସ୍ୱତନ୍ତ୍ର କମିଟି

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର କମିଟି ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଛନ୍ତି । ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ଅନ୍ୟ ଦୁଇ ସଦସ୍ୟ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ ମଧ୍ୟ ଗସ୍ତରେ ସାମିଲ ଥିଲେ । ଏହି ତିନି ଜଣିଆ କମିଟିକୁ ଦେଶର ବିଭିନ୍ନ ମନ୍ଦିର ଗସ୍ତରେ ଯାଇ ସେଠାକାର ପୂଜାନୀତି, ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କମିଟି ନିକଟରେ ବିଭିନ୍ନ ମନ୍ଦିର ବୁଲି ଅନୁଧ୍ୟାନ କରିବା ପରେ ପୁରୀ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ । କମିଟି ସେମାନଙ୍କ ପରିଦର୍ଶନ ସଂପର୍କରେ ଏକ ରିପୋର୍ଟ ନିକଟରେ ସୁପ୍ରିମକୋର୍ଟଙ୍କୁ ଦେବାର ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.