ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ଶକ୍ତି ପୀଠରେ ବିଶ୍ରାମ । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ।

ଭୁବନେଶ୍ୱର(କେନ୍ୟୁଜ୍): ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ଶକ୍ତି ପୀଠରେ ବିଶ୍ରାମ । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ରାତିରୁ ପାରମ୍ପରିକ ନୀତିରେ ମାଆଙ୍କ ପୂଜା ଚାଲିଛି ।

କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । କଟକ ସହରରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା । ଶକ୍ତିମୟୀଙ୍କ ଆରାଧନାରେ ପରିବେଶ ଉଛୁଳି ପଡୁଛି ।

ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.