ମାହାଙ୍ଗା ହତ୍ୟା ଘଟଣା: ୧୨ ଜଣଙ୍କ ନାଁରେ ଏତଲା ଦେଲେ କୁଳମଣିଙ୍କ ପୁଅ, ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ

ମାହାଙ୍ଗା(କେନ୍ୟୁଜ୍):  ମାହାଙ୍ଗାରେ ଦୁଇ ଜଣଙ୍କ ହତ୍ୟା । ମାହାଙ୍ଗା ବ୍ଲକର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ନିର୍ମମ ହତ୍ୟା । ତାଙ୍କର ଜଣେ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ହତ୍ୟା କରାଯାଇଛି । ନୃତାଙ୍ଗ ପଞ୍ଚାୟତ ଜଙ୍କୋଟି ଗାଁ ନିକଟକରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲ ନିଆଯାଇଥିଲା। ସେଠାରେ କୁଳମଣିଙ୍କୁ ମୃତ ଘୋଷଣା କରାଯାଇଥିଲା । ଦିବ୍ୟସଂହଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଛି ।

କୁଳମଣି ତାଙ୍କ ସହଯୋଗୀଙ୍କ ସହ ବାଇକରେ ଘରକୁ ଫେରୁଥିବା ବେଳେ ଜଙ୍କୋଟି ନିକଟରେ ଦୁର୍ବୃତ୍ତମାନେ ମାରାଣାତ୍ମକ ଆକ୍ରମଣ କରିଥିଲେ । ତେବେ ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ମାହାଙ୍ଗା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି । ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଅପରାଧିଙ୍କୁ ଧରିବା ପାଇଁ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିବା କଟକ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମାହାଙ୍ଗା ଥାନାରେ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.