ଯଦି ଆକାଉଣ୍ଟରୁ ଟଙ୍କା ଚୋରି ହୁଏ, ତେବେ ଦାୟୀ ହେବ ବ୍ୟାଙ୍କ

ନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କିଂ ବ୍ୟବହାର କରିବା ବେଳେ ଆମକୁ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରାୟତଃ ଦେଖିବାକୁ ମିଳେ ଯେ ସାଇବର ଠକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଝାଳବୁହା ଧନକୁ ଗୋଟେ ମିନିଟ୍‌ରେ ଛୁଁମନ୍ତର କରିଦେଇଥାନ୍ତି। କିନ୍ତୁ ଏବେ ଆକାଣ୍ଟରରୁ ଟଙ୍କା ଚୋରି ହେଲେ ଗ୍ରାହକଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଥିପାଇଁ ସିଧାସଳଖ ବ୍ୟାଙ୍କ ହିଁ ଦାୟୀ ରହିବ। ଅନ୍‌ଲାଇନ୍‌ ଫ୍ରଡ୍‌ରେ ହୋଇଥିବା କ୍ଷତି ପାଇଁ ବ୍ୟାଙ୍କଙ୍କୁ ଟଙ୍କା ଭରିବାକୁ ପଡ଼ିବ।

ଏହି ନିଷ୍ପତ୍ତି ଜାତୀୟ ଖାଉଟି ଆୟୋଗ ଶୁଣାଇଛନ୍ତି। କ୍ରେଡିଟ୍‌ କାର୍ଡ ହ୍ୟାକିଂ ଯୋଗୁ ହୋଇଥିବା ଏକ କ୍ଷତି ମାମଲାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଖାଉଟି ଆୟୋଗ। ଜଣେ ଏନ୍‌ଆରଆଇ ମହିଳାଙ୍କ ସହ ହୋଇଥିବା ଫ୍ରଡ୍‌ରେ ବ୍ୟାଙ୍କଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଉକ୍ତ ପୀଡ଼ିତା ମହିଳାଙ୍କର ଠକେଇ ହୋଇଥିବା ୬୧୧୦ ଆମେରିକା ଡଲାରର ୧୨ ପ୍ରତିଶତ ସୁଧ ହିସାବରେ ଫେରାନ୍ତୁ।

ମାତ୍ର ଆରବିଆଇ ଏକ ରିପୋର୍ଟରେ କହିଥିଲା ଯେ ଏଭଳି ମାମଲାରେ ଗ୍ରାହକ କୌଣସି ପ୍ରକାରର କ୍ଷତିର ଚିନ୍ତା କରିବା ଆବଶ୍ୟକତା ନାହିଁ। ଏହି ମାମଲାରେ ବ୍ୟାଙ୍କ କିମ୍ବା ଗ୍ରାହକ କାହାର ବି ଭୁଲ ନାହିଁ। କିନ୍ତୁ ସିଷ୍ଟମ୍‌ରେ ସମସ୍ୟା ରହିଛି। ଏଣୁ ଅନଧିକୃତ ନେଣଦେଶର ସୂଚନା ପାଇବାର ତିନି ଦିନ ଭିତରେ ଗ୍ରାହକ ଅଭିଯୋଗ କରିଲେ ତାଙ୍କୁ ଆଉ କ୍ଷତି ସହିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.