Below header

ବନ୍ଦ ରହିବ ଶ୍ରୀମନ୍ଦିର, ହେଲେ ମିଳିବ ମହାପ୍ରସାଦ: ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢା ପାଇଁ କରାଯିବ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା

ପୁରୀ: ବନ୍ଦ ରହିବ ଦର୍ଶନ, ହେଲେ ମିଳିବ ମହାପ୍ରସାଦ । କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବାରୁ ମେ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରକୁ କେବଳ ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ରହିଛି । ତେବେ ମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇ ପାରିବେ । ସେବକଙ୍କୁ ବରାଦ ଦେଲେ ଭକ୍ତଙ୍କୁ ମହାପ୍ରସାଦ ମିଳିପାରିବ।

ପୂର୍ବ ଭଳି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢା ପାଇଁ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯିବ । କାଉଣ୍ଟରରେ ଟୋକନ କାଟିବା ପରେ ଆନନ୍ଦବଜାରରୁ ଭକ୍ତଙ୍କ ପାଖରେ ଅବଢା ପହଞ୍ଚାଯିବ । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କହିଛନ୍ତି ଶ୍ରଦ୍ଧାଳୁଙ୍କ ସୀମିତି ପରିମାଣରେ ଅବଢା ଦିଆଯିବ । ଶ୍ରଦ୍ଧାଳୁ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେନେଇ ଆମେ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.