ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି ଓଡ଼ିଶାର ସ୍ଥିତି, ୮୫ ପ୍ରତିଶତ ହସ୍ପିଟାଲର ବେଡ୍‌ ଖାଲି

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍‌ପିଟାଲରେ ମାତ୍ର ୧୮.୦୩ ପ୍ରତିଶତ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ବେଡ୍‌ରେ ୨୨. ୧୮ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ୭୮ପ୍ରତିଶତ ସାଧାରଣ ବେଡ୍‌ ଖାଲିଥିବାବେଳେ ୬୫ପ୍ରତିଶତ ICU ଖାଲି ରହିଛି।

ଘରୋଇ କୋଭିଡ୍‌ ହସ୍‌ପିଟାଲରେ ୪ହଜାର ୬୭୮ ସାଧାରଣ ଶଯ୍ୟା ଥିବାବେଳେ ସେଥିରେ ୮୬୭ ଆକ୍ରାନ୍ତ ଏବଂ ସରକାରୀ କୋଭିଡ୍‌ ହସ୍‌ପିଟାଲରେ ୫ହଜାର ୨୩୪ ଶଯ୍ୟାରୁ ୧୩୩୧ ରୋଗୀ ଅଛନ୍ତି। ମୋଟ ୯ହଜାର ୯୧୨ ବେଡ୍‌ରୁ ୨ହଜାର ୧୯୮ଜଣ ରୋଗୀ ଅଛନ୍ତି। ବେସରକାରୀ କୋଭିଡ୍‌ ହସ୍‌ପିଟାଲରେ ୧୭୬୯ ICU ମଧ୍ୟରୁ ୬୯୭ ଏବଂ ସରକାରୀ ହସ୍‌ପିଟାଲରେ ୬୬୭ ICUରେ ୧୭୦ଜଣ ରୋଗୀ ଅଛନ୍ତି।

ସେହିପରି ରାଜ୍ୟରେ ଏବେ ୮୦୪ଟି ଭେଣ୍ଟିଲେଟର ଥିବାବେଳେ ବ୍ୟବହୃତ ହୋଇଛି ୧୪୫। ବେସରକାରୀ କୋଭିଡ୍‌ ହସ୍‌ପିଟାଲରେ ୬୨୫ ଭେଣ୍ଟିଲେଟର ମଧ୍ୟରୁ ୧୧୬ଟି ଏବଂ ସରକାରୀ ହସ୍‌ପିଟାଲରେ ୧୭୯ ଭେଣ୍ଟିଲେଟର ମଧ୍ୟରୁ ମାତ୍ର ୨୯ଟି ବ୍ୟବହାର ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.