Below header

କରୋନା ମୃତ ବ୍ୟକ୍ତିଙ୍କ ଶବ ବୋହିବାକୁ ମିଳୁନି କାନ୍ଧ କି ଆମ୍ବୁଲାନ୍ସ, ବାଧ୍ୟ ହୋଇ ବାପାଙ୍କ ଶବକୁ କାର ଉପରେ ବାନ୍ଧି ମଶାଣି ପହଞ୍ଚିଲା ପୁଅ

ସମଗ୍ର ଦେଶ ଭଳି ଆଗ୍ରାରେ ମଧ୍ୟ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ନା କରୋନା କମିବାରେ ନା ଧରୁଛି ନା, ରୋଗୀଙ୍କ ମୃତ୍ୟୁ ସଂଖ୍ଯା କମୁଛି। ଏମିତି ସ୍ଥଳେ ପ୍ରଶାସନ ଗୋଟେ ସଂଖ୍ଯା ଦେଖାଉଥିବା ବେଳେ ମଶାଣିରେ ନିଆଁ ଲିଭୁନି। ସ୍ଥିତି ଏପରିକି ଯେ, କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ସୁବିଧାରେ ସେବା ମିଳୁନଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବ ବୋହିବାକୁ କାନ୍ଧ ମିଳୁନି। ଏଭଳି କିଛି ଘଟଣା ଆସିଛି ବରେଲି ଓ ଆଗ୍ରାରୁ।

ଆଗ୍ରାର ଜଣେ ଯୁବକଙ୍କ ପିତାଙ୍କ ମୃତ୍ୟୁ ହେବା ଫଳରେ ଶବକୁ ୪ କାନ୍ଧ ମିଳିନଥିଲା। କିଛି ବୁଦ୍ଧି ମୁଣ୍ଡକୁ ନ ଜୁଟିବାରୁ ମର ଶରୀରକୁ କାର ଉପରେ ବାନ୍ଧି ଶ୍ମଶାନରେ ପହଁଞ୍ଚିଥିଲେ ଯୁବକ। ଆଉ ଅନ୍ତିମ ସଂସ୍କାର କରିଥିଲେ। ଯାହାର ଚର୍ଚ୍ଚା ସାରା ଦେଶରେ ହେବାରେ ଲାଗିଛି।

ସୂଚନାଯୋଗ୍ଯ, ଆଗ୍ରାର ଜୟପୁର ହାଉସ ପୋଲିସ ଷ୍ଟେସନରେ ରହୁଥିବା ମୋହିତଙ୍କ ପିତାଙ୍କ ଶନିବାର ଦିନ ମୃତ୍ୟୁବରଣ କରିଥିଲେ। ସେ କରୋନା ଆକ୍ରାନ୍ତ ଥିଲେ। ମରଶରୀରକୁ ନେବା ପାଇଁ ମୋହିତ ଯେତେ ଚେଷ୍ଟା କରିଲେ ମଧ୍ୟ ଆମ୍ବୁଲାନ୍ସ ମିଳି ନଥିଲା। କେବଳ ସେତିକି ନୁହେଁ ମର ଶରୀରକୁ କାନ୍ଧ ଦେବା ପାଇଁ ମଧ୍ୟ କେହି ଆଗକୁ ଆସି ନଥିଲେ। ଯାହାରି ଫଳରେ ମୋହିତ ବାଧ୍ୟ ହୋଇ ତାଙ୍କ ପିତାଙ୍କ ମରଶରୀରକୁ କାର୍ ଉପରେ ବାନ୍ଧି ଶ୍ମଶାନକୁ ନେଇଥିଲେ। ସେଠାରେ ସେ ଅନ୍ତିମ ସଂସ୍କାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.