ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨ହଜାର ୮୦୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨ ହଜାର ୮୦୭ ଜଣଙ୍କ ଜୀବନ ନେଇଛି ଭାଇରସ । ବିଶ୍ୱରେ ସବୁଠୁ ଅଧିକ । ଏପ୍ରିଲ ୧୮ରୁ ୨୫ ତାରିଖ ଏହି ସପ୍ତାହେ ମଧ୍ୟରେ ୨୨ଲକ୍ଷ ୪୯ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ହେବାଠାରୁ କୌଣସି ଦେଶରେ ସପ୍ତାହେ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ୍‌ ବାହାରିବା ପ୍ରଥମ । ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ସପ୍ତାହରେ ୮ ହଜାର ୫୮୮ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ୨୫ ତାରିଖ ମଧ୍ୟରେ ମୃତ୍ୟୁସଂଖ୍ୟା ୧୬ ହଜାର ୨୫୭ । ଯାହାକି ୮୯ ପ୍ରତିଶତ ଅଧିକ ।

ଏକ ସପ୍ତାହ ମଧ୍ୟରେ ଭାରତ ୨୨ ଲକ୍ଷରୁ ଅଧିକ ମାମଲା ଥିବା ବେଳେ ଏକମାତ୍ର ଦେଶ ଆମେରିକା ଯିଏକି ଚଳିତବର୍ଷ ଜାନୁଆରୀ ୧୦ରେ ସପ୍ତାହରେ ଥିଲା ୧୭ଲକ୍ଷ ୯୦ ହଜାର ପଜିଟିଭ୍‌ ସଂଖ୍ୟା । ସେହିଭଳି ବ୍ରାଜିଲରେ ସାପ୍ତାହିକ ସର୍ବାଧିକ ପଜିଟିଭ୍‌ ସଂଖ୍ୟା ଥିଲା ୫ ଲକ୍ଷ ୪୦ ହଜାର । ବ୍ରିଟେନରେ ଥଲା ୪ଲକ୍ଷ ୩୦ ହଜାର । ତୁର୍କୀରେ ଥିଲା ୪ ଲକ୍ଷ ୨୦ ହଜାର । ଅନ୍ୟ କୌଣସି ଦେଶରେ ସପ୍ତାହେ ମଧ୍ୟରେ ୪ଲକ୍ଷରୁ ଅଧିକ ପଜିଟିଭ୍‌ ରିପୋର୍ଟ ଆସିନାହିଁ ।

ସେହିଭଳି ମୃତ୍ୟୁ ସଂଖ୍ୟାରେ ଜାନୁଆରୀ ୧୫ ସପ୍ତାହରେ ଆମେରିକାରେ ମୃତ୍ୟୁସଂଖ୍ୟା ୨୩ ହଜାର ୪୧୧ ରେକର୍ଡ ହୋଇଥିଲା । ବ୍ରାଜିଲରେ ସପ୍ତାହରେ ସର୍ବାଧିକ ମୃତ୍ୟୁସଂଖ୍ୟା ଥିଲା ୨୧ ହଜାର ୮୬୫ । ଏବେ ଭାରତରେ ସପ୍ତାହରେ ୧୬ ହଜାର ୨୫୭ ମୃତ୍ୟୁସଂଖ୍ୟା ରହିଛି । ଅନ୍ୟ କୌଣସି ଦେଶ କ୍ରମାଗତ ସାତ ଦିନ ଧରି ୧୦ ହଜାରରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୬ ହଜାର ୧୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୪୦ ହଜାର ଉତ୍ତରପ୍ରଦେଶରେ ୩୦ ହଜାର, ଦିଲ୍ଲୀରେ ୩୦ ହଜାର, କେରଳରେ ୨୦ ହଜାର ନୂଆ ପଜିଟିଭ୍‌ କେସ୍‌ ଆସିଛି । ପଶ୍ଚିମବଙ୍ଗ, ରାଜସ୍ଥାନ ଓ ତାମିଲନାଡୁରେ ୧୫ ହଜାରରୁ ଅଧିକ ନୂଆ କେସ୍‌ ଆସିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮୩୨ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀରେ ରହିଛି ଦିଲ୍ଲୀ । ଦିଲ୍ଲୀରେ ମୃତ୍ୟୁସଂଖ୍ୟା ରହିଛି ୩୫୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.