ନିଜଠାରୁ ଛୋଟକୁ କେବେ ବି ଦୁର୍ବଳ ବୋଲି ମନେ କରିବା ଭୁଲ୍ କରନ୍ତୁ ନାହିଁ, ବିଶ୍ବାସ ହେଉନି ଦେଖନ୍ତୁ ଭିଡିଓ

ଆପଣ ଏମିତି ଅନେକ କାହାଣୀ ଶୁଣିଥିବେ, ଯେଉଁଥିରେ ଯାହାକୁ ଆପଣ ଦୁର୍ବଳ ଭାବୁଥିବେ, ସେ ହିଁ ବାଜି ମାରିନେବ। ଲୋକ ସବୁବେଳେ ଏମିତି କାହାଣୀରୁ ପ୍ରେରଣା ନିଅନ୍ତି। ଯଦି ଆପଣଙ୍କୁ ପଚରାଯାଏ କି, ସାପ ଏବଂ ଜନ୍ଦା ମଧ୍ୟରେ କିଏ ଶକ୍ତିଶାଳୀ। ତେବେ ନିଶ୍ଚିତ ଆପଣ ସାପ ନାଁ ନେବେ। କିନ୍ତୁ ସୋସିଆଲ ମିଡିଆରେ ଅଷ୍ଟ୍ରେଲିଆର ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଆପଣ ଦେଖିଲେ ମଧ୍ୟ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ଏହି ଭିଡିଓରେ ଏକ ପିମ୍ପୁଡି ସାପ ଉପରେ ଆମ୍ରମଣ କରୁଛି। ଏହି ଭିଡିଓକୁ ସାଉଥ ଅଷ୍ଟ୍ରେଲିଆରେ ରହୁଥିବା ୩୭ ବର୍ଷୀୟ ସେଥ ଏମରୀ ରେକର୍ଡ କରିଛନ୍ତି।

ସେଥ ଏମରୀ ନିଜ ସାଙ୍ଗ ମାନଙ୍କ ସହିତ ଟ୍ରାକିଂରେ ଯାଉଥିବା ସମୟରେ ଏହି ଭିଡିଓକୁ ସୁଟ୍ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି, ଏକ ବଡ ସାପକୁ ଜନ୍ଦା ଆକ୍ରମଣ କରି ତାକୁ ବେହାଲ କରିଦେଇଛି। ସାପଟି ଜନ୍ଦା ପଞ୍ଝାରୁ ଖସିବାକୁ ଚେଷ୍ଟା କରୁଛି କିନ୍ତୁ ଜନ୍ଦା ତାର ଗଳାକୁ କାମୁଡି କାମୁଡି ଖରାପ କରିସାରିଲାଣି। ଏହି ସାପ ଦୁନିଆର ସବୁଠାରୁ ବିଷାକ୍ତ ବ୍ଲାକ ସ୍ନେକ ରହିଥିଲା।

 

View this post on Instagram

 

A post shared by Seth Emery (@sethemery)

ଆପଣ ମଧ୍ୟ ଏହାକୁ ଦେଖି ବିଶ୍ବାସ କରିପାରିବେନି। ସାପକୁ ଜନ୍ଦା କାମୁଡି କାମୁଡି ଏମିତି ଅବସ୍ଥା କରିଛି ଯେ, ସାପ ସେହି ସ୍ଥାନରେ ପଡି ଛଟପଟ ହେଉଛି। ଏହି ଭିଡିଓ ଅପଲୋଡ ହେବା ସଙ୍ଗେ ସଙ୍ଗେ ଏହାକୁ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି। ତେଣୁ କେବେ ବି ନିଜ ଠାରୁ ଛୋଟକୁ କେବେ ବି ଦୁର୍ବଳ ବୋଲି ମନେ କରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.