ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଣି ଦଣ୍ଡୁଆସୀପଡ଼ା ଗାଁରେ ଘନ ଘନ ବୋମା ମାଡ଼ ଘଟଣା: ଗାଁ ପୁରା ପୁରୁଷ ଶୂନ୍ୟ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆଶି ପଡ଼ା ଗାଁରେ ପୂର୍ବ ବିବାଦକୁ ନେଇ ଗତକାଲି ଘନ ଘନ ବୋମା ମାଡ଼ ସହ ୧୦ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । ଆଜି ଗାଁ ପୁରା ପୁରୁଷ ଶୂନ୍ୟ ଥିବା ବେଳେ ଗାଁରେ ବ୍ରହ୍ମଗିରି ଆଇଆଇସି ଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଗତ ଫେବୃଆରୀ ମାସ ୯ତାରିଖରେ ରାଜନୈତିକ କଥାକୁ ନେଇ ଗାଁରେ ବିବାଦ ଘଟିବାରୁ ୧୦ତାରିଖରେ ଗାଁରେ ଉତ୍ତେଜନା ଘଟି ବୋମା ମାଡ଼ ସହ ଟେକା ପଥର ମାଡ଼ ହୋଇ ୬ଜଣ ଗୁରୁତର ଆହତ ହୋଇଥିଲେ ।

ସେହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ କୋର୍ଟରେ ସର୍ତ୍ତମୂଳକ ଜାମିନରେ ଫେବୃଆରୀ ୨୧ତାରିଖରେ ଆସିବା ପରେ ୨୪ତାରିଖରେ ସେହି ଘଟଣାକୁ ପୁନରାବୃତ୍ତି କରି ଅପରାହ୍ନରେ ଘନ ଘନ ବୋମା ମାଡ ଘଟିଥିଲା । ପୋଲିସ ଗାଁରେ ଚଢ଼ାଉ କରି ୨୧ଜଣଙ୍କୁ ଗିରଫ କରି ୨୫ତାରିଖରେ କୋର୍ଟ ଚାଲାଣ କରିଥିଲା ।

ଗତକାଲି ହୋଲି ଖେଳିବା ପରେ ଗାଁ ପାଖ ଗାଁକୁ ଦୁଇଜଣ ଯୁବକ ଚିକେନ ଆଣିବାକୁ ଯାଇଥିବା ବେଳେ ରାସ୍ତାରେ ତାଙ୍କୁ ଅପରପକ୍ଷ କିଛି ଯୁବକ ଅଚାନକ ଆକ୍ରମଣ କରିଥିଲେ । ସେହି ଘଟଣାକୁ ନେଇ ଗତକାଲି ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଘନ ଘନ୍ ବୋମା ମାଡ଼ ହେବ ସହ ୧୦ଜଣ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ରାତିରେ ପୋଲିସ ଗାଁରେ ଚଢ଼ାଉ କରିବା ପରେ ସମସ୍ତ ଲୋକେ ଗାଁ ଛାଡ଼ି ପଳାଇଛନ୍ତି । ଗାଁ ଏବେ ପୁରୁଷ ଶୂନ୍ୟ ହୋଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ଗାଁରେ ମୁତୟନ ରହିଛନ୍ତି । ପୋଲିସ ୩ଟି ଅଫୁଟା ବୋମା ଜବତ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.