ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ, ଦୁଇ ଦିନ ପରେ ଟ୍ରାୟଲ ରନ

ଦୁଇ ଦିନ ପରେ ମାଲକାନଗିରି ଏୟାରପୋର୍ଟ ରେ ହେବ ଟ୍ରାୟଲ ରନ । ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ । ଅଳ୍ପ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିବେ ।

 ମାଲକାନଗିରି : ଦୁଇ ଦିନ ପରେ ମାଲକାନଗିରି ଏୟାରପୋର୍ଟ ରେ ହେବ ଟ୍ରାୟଲ ରନ । ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ । ଅଳ୍ପ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିବେ । ଏହା ଆରସିଏସ ଉଡାନ ଯୋଜନାରେ ସାମିଲ ହେବ ।  ଏହି ବିମାନ ବନ୍ଦରରେ 1600 ମିଟର ରନୱେ ଥିବାରୁ ଏଠାରେ 20-30 ଆସନ ବିଶିଷ୍ଟ ବିମାନ ଆରମ୍ଭ କରିବ । ଏହା ପରେ ବଡ଼ ବିମାନ ପାଇଁ ଲକ୍ଷ୍ୟ ରହିଛି।

ଏହି ବିମାନ ବନ୍ଦର କ୍ୟାଟଗୋରି -୨  ବର୍ଗର ଏୟାର ପୋର୍ଟ ଯୋଜନାରେ ସାମିଲ ହେବ ।  ଆଜି ଏୟାରପୋର୍ଟ  ଅଥରୀଟି ଅଫ ଇଣ୍ଡିଆର ବରିଷ୍ଠ କର୍ତ୍ତୃପକ୍ଷ ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।  ଚଳିତ ମାସ ପୂନର୍ବାର ଏହି ଟିମ ପ୍ରକଳ୍ପ ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  ଏଠାରେ ରନୱେ ସମ୍ପ୍ରସାରଣ ସହ ଟର୍ମିନାଲ ବିଲ୍ଡିଂଗ, ଫାୟାର ଷ୍ଟେସନ ଏଠାରେ ନିର୍ମାଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବିମାନ ଚାଳଚଳ ପାଇଁ ଯୋଜନା ଥିବାରୁ ଏବେ DCA ର ଲାଇସେନ୍ସ ଆବଶ୍ୟକ ପଡିବ ନାହିଁ ।  ପ୍ରଥମେ ଭୁବନେଶ୍ବରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ କରିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.