ମାଲକାନଗିରି ଜିଲ୍ଲା ପ୍ରଶାସନର ନିଆରା ଉଦ୍ଯମ:କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେବାକୁ E- ସାକ୍ଷାତ ବ୍ଯବସ୍ଥା

ଭୁବନେଶ୍ବର: କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେବା ଓ ସେମାନଙ୍କ ମନୋବଳ ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନର ଉଦ୍ୟମ। ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଅନଲାଇନ ସାକ୍ଷାତ ବ୍ୟବସ୍ଥା। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହାକୁ ଆରମ୍ଭ କରିଛନ୍ତି। ମୋବାଇଲରେ ଭିଡିଓ କଲିଂ ମାଧ୍ୟମରେ କୋଭିଡ ସଂକ୍ରମିତଙ୍କୁ ପରାମର୍ଶ ଦିଆଯିବ।

ଜିଲ୍ଲାର କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ପାଇଁ ଏହା ଉପାଦେୟ ହେବ। ବେଡରୁ ଉଠିପାରୁନଥିବା ଗୁରୁତର ରୋଗୀଙ୍କ ପାଇଁ ଲାପ୍‌ଟପ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ସଂକ୍ରମିତଙ୍କ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ମେଡିକାଲ ବାହାରେ ଏକ ସ୍ୱତନ୍ତ୍ର E- ସାକ୍ଷାତ କୋଠରୀରେ ଅନୁରୂପ ବ୍ୟବସ୍ଥା କରାଯାଇଛି। ଏଭଳି ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.