ଲାଞ୍ଚ ନେବା ଅଭିଯୋଗରେ ବହିଷ୍କୃତ ହେଲେ ମାଲକାନଗିରି ବନପାଳ ଓ ପାରା ଓ୍ଵାଚର

ମାଲକାନଗିରି : ମହଙ୍ଗା ପଡିଲା ଲାଞ୍ଚ ନେବା । କାର୍ଯ୍ୟରୁ ବହିଷ୍କୃତ ହେଲେ ମାଲକାନଗିରି ବନପାଳ ଓ ପାରା ଓ୍ଵାଚର । ଖଇରପୁର ବ୍ଳକ ରାସବେଡା ପଞ୍ଚାୟତ ବନ୍ଧଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ବନପାଳ ରାଜେନ୍ଦ୍ର ଶବର ଓ ବୁଟିଗୁଡା ଗାଁର ପାରା ଓ୍ଵାଚର ଅନନ୍ତରାମ ପାଙ୍ଗୀଙ୍କୁ ବହିଷ୍କାର କରାଯାଇଛି ।

ଗତ ୮ ମାସ ତଳେ ଗାଁର ରଘୁ ମାଦ୍ରୀଙ୍କୁ ଭାଲୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ତାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ସେପଟେ ଗରିବ ଆଦିବାସୀ ଲୋକଙ୍କୁ ବନ ବିଭାଗ କର୍ମଚାରୀ ବାରମ୍ବାର ଏଭଳି ଠକୁଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.