କଟକ ଏସସିବିରେ ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା, ରୋଗୀଙ୍କୁ ଭେଟିଲେ , ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା କଲେ

ବାହାନାଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବା ପାଇଁ ଆଜି କଟକରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଏସସିବି ମେଡିକାଲ ପରିଦର୍ଶନ କରି ପଶ୍ଚିମବଙ୍ଗର ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ତଦାରଖ କରିଛନ୍ତି ।

କଟକ(କେନ୍ୟୁଜ) : ବାହାନାଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବା ପାଇଁ ଆଜି କଟକରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଏସସିବି ମେଡିକାଲ ପରିଦର୍ଶନ କରି ପଶ୍ଚିମବଙ୍ଗର ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ତଦାରଖ କରିଛନ୍ତି ।

ଏସସିବିର ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସିବିଆଇ ତଦନ୍ତ ଉପରେ କିଛି ପ୍ରତିକ୍ରିୟା ରଖିବି ନାହିଁ ବୋଲି ମମତା କହିଛନ୍ତି ।

ତେବେ ସତ୍ୟ ସାମନାକୁ ଆସିବା ଦରକାର । ଏହା ତର୍କ ବିତର୍କର ସମୟ ନୁହେଁ । ପଶ୍ଚିମବଙ୍ଗର ଏଯାଏ ବି ୩୧ ଜଣ ନିଖୋଜ ଅଛନ୍ତି । ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.