ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଯୁବକ ଗିରଫ

ଖୋର୍ଦ୍ଧା (କେନ୍ୟୁଜ୍) : ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଯୁବକ ଗିରଫ । ଗିରଫ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗାଁର ନବ କିଶୋର ବେହେରା । ସେ ଯାଜପୁର ଧର୍ମଶାଳା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଫେସବୁକରେ ସଂପର୍କ ରଖି ପରେ ବ୍ଲାକମେଲିଂ କରିଥିଲା । ୫୦ ହଜାର ଟଙ୍କା ନଦେଲେ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ଯୁବତୀ ଜଣଙ୍କ ଟଙ୍କା ଦେବାକୁ ରାଜି ନହେବାରୁ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲା । ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଅଞ୍ଚଳରୁ ତାକୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ଏକାଧିକ ଯୁବତୀଙ୍କୁ ଏଭଳି ବ୍ଲାକମେଲିଂ କରୁଥିବା ପୋଲିସ ଜାଣିବାକୁ ପାଇଛି ।