Below header

ସବୁବେଳେ ମୁଣ୍ଡ ବିନ୍ଧୁଛି କି ? ପେନକିଲର୍ ନୁହେଁ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା । ଯାହାର କାରଣ ଚାପ, ଅଶାନ୍ତି କିମ୍ବା ମାଇଗ୍ରେନ୍ ହୋଇପାରେ । ଏମିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ସାହାରା ନେଇଥାଉ । କିନ୍ତୁ ସବୁବେଳେ ପେନ୍ କିଲର୍ ନେବା ଠିକ୍ ନୁହେଁ କାରଣ ଏସବୁ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବତାଇବୁ ଯାହା ଦ୍ବାରା ବିନା ପାର୍ଶ୍ବ ପ୍ରତିକ୍ରିୟାରେ ଆପଣ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇପାରିବେ ।

ନୀଳଗିରୀ :
ଭୟଙ୍କର ମୁଣ୍ଡବିନ୍ଧା ହେଉଛି ତ ନୀଳଗିରୀ ତେଲ ମୁଣ୍ଡରେ ମାଲିସ୍ କରନ୍ତୁ । ଏହି ସମୟରେ ଆଖି ବନ୍ଦ କଲେ ଅଧିକ ଲାଭ ମିଳିବ ।

ଅଦା :
ମୁଣ୍ଡବିନ୍ଧାରୁ ମୁକ୍ତି ପାଇଁ ଅଦାଠାରୁ ଭଲ ଔଷଧ ନାହିଁ । ଅଦାକୁ ପାଣିରେ କିଛି ସମୟ ସିଝାଇ ଏହାର ବାମ୍ଫ ନିଅନ୍ତୁ । ଆରାମ ମିଳିବ ।

ଏହା ସହ ପଢନ୍ତୁ ଚମକ ତ୍ବଚା ପାଇବା ପାଇଁ ଲେମ୍ବୁର ଏହି ୫ଟି ଟିପ୍ସକୁ ବ୍ୟବହାର କରନ୍ତୁ

ଲେମ୍ବୁ :
ସମାନ ପରିମାଣର ଅଦା ଏବଂ ଲେମ୍ବୁ ରସ ମିଶାଇ ଦିନକୁ ଥରେ କିମ୍ବା ଦୁଇ ଥର ପିଅନ୍ତୁ ।

ପୁଦିନା :
ପୁଦିନା ପତ୍ରର ରସ ମୁଣ୍ଡରେ ଲଗାନ୍ତୁ । ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବିନ୍ଧାରୁ ମିଳିବ ମୁକ୍ତି ।

ଆଇସପ୍ୟାକ୍ :
ମାଇଗେନ୍ ସମୟରେ ଆଇସପ୍ୟାକ ବେକ ପଛରେ ରଖନ୍ତୁ । ଆରାମ ମିଳିବ ।

ଲବଙ୍ଗ :
ଲବଙ୍ଗକୁ ଗ୍ରାଇଣ୍ଡିଂ କରି ଏକ କପଡାରେ ବାନ୍ଧି ଦିଅନ୍ତୁ । ଅଳ୍ପ ଅଳ୍ପ ସମୟ ମଧ୍ୟରେ ଶୁଙ୍ଘନ୍ତୁ ଯେଯାଏଁ ମୁଣ୍ଡ ବିନ୍ଧାରୁ ଆରାମ ନମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.