ମାଲକାନଗିରି : ଛାତ୍ରୀ ନିବାସରେ ଝାଡାବାନ୍ତି ଆତଙ୍କ

ମାଲକାନଗିରି (କେନ୍ୟୁଜ୍) : ଛାତ୍ରୀ ନିବାସରେ ଝାଡାବାନ୍ତି ଆତଙ୍କ। ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡୁଛନ୍ତି ଛାତ୍ରଛାତ୍ରୀ। ଏ ସମ୍ପର୍କରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ହଷ୍ଟେଲ ଯାଇ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଲଗାତାର ତିନି ଦିନ ଧରି ହତାଠ୍ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡୁଛନ୍ତି। ତେବେ କିଛି ଦିନ ହେବ ଛାତ୍ରୀ ନିବାସରେ ଠିକ୍ ଭାବେ ଖାଇବାକୁ ଦିଆନଯିବା ସହ ପରିବେଶ ଅସ୍ୱାସ୍ଥ୍ୟକର ରହୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷପ ନିଆଯାଇନଥିବା ଛାତ୍ରୀମାନେ କହିଛନ୍ତି। ତେବେ ଅଭିଯୋଗକୁ ପ୍ରଧାନ ଶିକ୍ଷକ ଖଣ୍ଡନ କରିଛନ୍ତି। ଖବର ପାଇ ସିଡବ୍ଲୁସି ଟିମ୍ ହଷ୍ଟେଲରେ ପହଞ୍ଚି ଖାଦ୍ୟ ନମୁନା ଯାଞ୍ଚ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.