Below header

 ୪ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଭୁଜାଲି ଦେଖାଇ ବସ୍‌ ଲୁଟ ଉଦ୍ୟମ ବେଳେ ଜଣେ ଗିରଫ, ୩ ଫେରାର 

ବୌଦ୍ଧ ବସଷ୍ଟାଣ୍ଡରେ ୪ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଭୁଜାଲି ଦେଖାଇ ବସ୍‌ ଲୁଟିବାକୁ କରୁଥିଲେ ଉଦ୍ୟମ । ବସଷ୍ଟାଣ୍ଡରେ ଦକ୍ଷିଣକାଳୀ ବସକୁ ବଲାଙ୍ଗୀର ନେବାକୁ ଡ୍ରାଇଭରକୁ ଭୁଜାଲି ଦେଖାଇଲେ ୪ ଯୁବକ ଧମକାଇ ଥିଲେ । ହେଲେ ଜଣକୁ କାବୁ କରି ପୋଲିସ୍‌ର ଜିମା ଦେଇଛନ୍ତି ଲୋକେ । ଅନ୍ୟ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରହିଛି ।

ବୌଦ୍ଧ(କେନ୍ୟୁଜ) :  ବୌଦ୍ଧ ବସଷ୍ଟାଣ୍ଡରେ ୪ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଭୁଜାଲି ଦେଖାଇ ବସ୍‌ ଲୁଟିବାକୁ କରୁଥିଲେ ଉଦ୍ୟମ । ବସଷ୍ଟାଣ୍ଡରେ ଦକ୍ଷିଣକାଳୀ ବସକୁ ବଲାଙ୍ଗୀର ନେବାକୁ ଡ୍ରାଇଭରକୁ ଭୁଜାଲି ଦେଖାଇଲେ ୪ ଯୁବକ ଧମକାଇ ଥିଲେ । ହେଲେ ଜଣକୁ କାବୁ କରି ପୋଲିସ୍‌ର ଜିମା ଦେଇଛନ୍ତି ଲୋକେ । ଅନ୍ୟ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଦକ୍ଷିଣକାଳୀ ନାମକ ଏକ ଯାତ୍ରୀବାହୀ ବସ୍ଟି ବୌଦ୍ଧ ବସଷ୍ଟାଣ୍ଡରେ ଯାତ୍ରୀକୁ ଓହ୍ଲାଇ ପାର୍କିଂରେ ଠିଆ ହୋଇଥିଲା । ସେହି ସମୟରେ ୪ ଜଣ ଅସାମାଜିକ ଯୁବକ ଛୁରୀ, ବନ୍ଧୁକ ଆଦି ମାରଣାସ୍ତ୍ର ଧରି ବସ୍ ଭିତରକୁ ଯାଇ ଡ୍ରାଇଭରକୁ ଧମକାଇ ବସ୍ଟିକୁ ବଲାଙ୍ଗିର ନେବାକୁ କହିଥିଲେ । ଯଦି ବସ ନ ନିଏ ତେବେ ତାକୁ ଜୀବନରୁ ମାରିଦେବକୁ ଧମକ ଦେଇଥିଲେ ।

ତେବେ ଡ୍ରାଇଭର ଜଣକ ଚିତ୍କାର କରିବାରୁ ସାଧାରଣ ଲୋକ ଓ ବସ କର୍ମଚାରୀ ସେହି ସ୍ଥାନରେ ପହଞ୍ଚି ଉକ୍ତ ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବକକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ହେଲେ ଅନ୍ୟ ତିନି ଜଣ ଯୁବକ ଫେରାର ମାରିଥିଲେ ।

ଏନେଇ ଲୋକେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଁଚି ଉକ୍ତ ଅସାମାଜିକ ଯୁବକ ଧରି ଥାନାରେ ଅଟକ ରଖିଛନ୍ତି । ଆଦର୍ଶଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଅଟକ ଯୁବକର ପରିଚୟ ବଲାଙ୍ଗିର ଅଞ୍ଚଳର ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.