Below header

ଇଏ କେମିତିକା ପାଗଳାମି ! ନିଜ ପେଟରେ ଛୁରୀ ଭୁଷି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

କେନ୍ଦୁଝର (କେନ୍ୟୁଜ୍) : ନିଜ ପେଟରେ ଛୁରୀ ଭୁଷି ଆତ୍ମହତ୍ୟା ଉଦ୍ୟମ। ପେଟରେ ଅଟକି ରହିଲା ଛୁରୀ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହଳଧରପୁର ଗାଁ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଅର୍ଜୁନ ପଇଦା ନାମକ ଜଣେ ଯୁବକ କୌଣସି କାରଣକୁ ନିଜ ପେଟରେ ଛୁରୀ ଭୁଷିଦେଇଥିଲା। ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛୁରୀଟି ପେଟ ଭିତରେ ପଶିରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବାବେଳେ ପ୍ରେମଜନିତ କାରଣରୁ ଘଟିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.