ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ନିଆରା ସଚେତନତା, ଭାଲୁ ବେଶରେ ବୁଲି ପ୍ରଚାର କରୁଛନ୍ତି ଏହି ବ୍ୟକ୍ତି

କେନ୍ୟୁଜ୍(ବ୍ୟୁରୋ):  ଘୁରି ବୁଲୁଛି ଭାଲୁ। କେତେବେଳେ ଜଙ୍ଗଲରେ ତ ଆଉ କେତେବେଳେ ରାସ୍ତା ଉପରକୁ ଚାଲିଆସୁଛି। ଆଉ ରାସ୍ତାରେ ଯାଉଥିବା ଲୋକଙ୍କ ନିକଟକୁ ଦୈଡି ଯାଏ। ହେଲେ ଏ ଭାଳୁ ସତସତିକା ନୁହେଁ, ଭାଲୁ ବେଶଧାରୀ ଜଣେ ମଣିଷ। ଆଉ ଏହି ବେଶ ହେଉଛି ଜଙ୍ଗଲରେ ଲାଗୁଥିବା ନିଆଁ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାପାଇଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଆଁ ଲାଗୁଥିବାବେଳେ ଏହାକୁ କିପରି ରୋକାଯାଇପାରିବ ସେନେଇ ଲୋକଙ୍କୁ ଲୋକଙ୍କୁ ବୁଝାନ୍ତି। ଏହାସହ ନିଜେ ଲେଖି ଆଣିଥିବା ପ୍ରଚାରପତ୍ର ବାଣ୍ଟନ୍ତି।

bear 1ଗତ ୮ରୁ ୧୦ ବର୍ଷ ହେବ ପ୍ରକୃତି ଓ ଜଙ୍ଗଲର ସୁରକ୍ଷା ପାଇଁ ଏଭଳି ନିଆରା ପ୍ରୟାସ ଚଳାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ଗାଁର ବିଜୟ ପ୍ରଧାନ।

bear1

 

ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଥିବାରୁ ବିଜୟ ଭାଲୁବେଶ ହୋଇ ବିଭିନ୍ନ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ବୁଲି ପ୍ରଚାର କରୁଛନ୍ତି। ବିଜୟଙ୍କ ଏଭଳି କାର‌୍ୟ୍ୟକୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବନବିଭାଗର କର୍ମଚାରୀମାନେ ବେଶ୍ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.