Below header

ପୁଅ ସାଜିଲା ରାକ୍ଷସ, ଜନ୍ମକଲା ମା’କୁ ଭୁଲି ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ପୁଅ

ବାଲିଗୁଡା (କେନ୍ୟୁଜ୍‌) : ସବୁ ମା’ ବାପା ମାନେ ଚାହାନ୍ତି ପୁଅଟେ ହେଉ, ଆଉ ମଲାବେଳେ କାନ୍ଧରେ ମଶାଣୀକୁ ନେଉ। କିନ୍ତୁ ଦୁନିଆରେ ଆଉ ନାହିଁ ମାନବିକତା। ପୁଅ ଭୁଲିଗଲା ସମ୍ପର୍କର ଡୋରି। ଯେଉଁ ମା ଜନ୍ମ ଦେଇଛି ଭୁଲିଗଲା ତାର ସ୍ନେହ ପ୍ରେମକୁ ଆଉ ନିଜ କ୍ରୋଧ ଆଗରେ ହାର ମାନି ମାରିଦେଲା ଜନ୍ମକଲା ମା’କୁ। ଆଉ ନୃଶଂସ ପୁଅ କରିବସିଲା ଅମାନୁଷିକ କାଣ୍ଡ । ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ପୁଅ ।

ଘଟଣା ଘଟିଛି ବାଲିଗୁଡା ସାରଙ୍ଗଡ ଥାନା ପାଡେଲକିଆ ଗାଁରେ । ମାଆ ଘରେ ବାସନ ସଫା କରୁଥିବା ବେଳେ ପୁଅ ପଛପଟୁ ଟାଙ୍ଗିଆରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ପରେ ସ୍ଥାନୀୟ ଲୋକେ ପୁଅ ସୁନୀଲ ପ୍ରଧାନକୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.