Below header

ପୁଣି ପୁରୀରେ ଅଘଟଣ: ଶାଶୁକୁ ଛୁରି ଭୁସି ହତ୍ୟା ପରେ ବିଷ ପିଇଲା ଜ୍ୱାଇଁ

ପୁରୀ(କେନ୍ୟୁଜ୍):  ଶାଶୁକୁ ଛୁରି ଭୁସି ହତ୍ୟା ପରେ ବିଷ ପିଇଲା ଜ୍ୱାଇଁ । ପୁରୀ ବାସେଳୀ ସାହି ଥାନା କ୍ରିୟାଯୋଗ ଆଶ୍ରମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ପ୍ରଥମେ ସଦର ହସପିଟାଲ ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

କିଛିଦିନ ତଳେ ସେ ଭଲପାଇ ତିଳୋତ୍ତମା କରଙ୍କ ସାନଝିଅକୁ ବିବାହ କରିଥିଲେ । ମାତ୍ର ବଡଝିଅ ଥାଇ ଆଗ ସାନଝିଅ ବିବାହ ହୋଇଥିବାରୁ ଶାଶୁ ଘରକୁ ଛାଡୁନଥିଲେ । ଏଥିରେ ରାଗିଯାଇ ଜ୍ୱାଇଁ ଶକ୍ତିଧର ଶାଶୁଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ମୃତ ତିଳୋତ୍ତମା କରଙ୍କ ବଡ଼ଝିଅ ବାସେଳୀ ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.