ଗଜପତିରେ ପୌର ନିର୍ବାଚନ ସଜବାଜ: ପାରଳାଖେମୁଣ୍ଡି ପୌରପାଳିକା କାର୍ଯ୍ଯାଳୟରେ ପହଞ୍ଚିଲେ ପୁଲିଂ ଅଫିସର

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପାଳିକା କାର୍ଯ୍ଯାଳରେ ପୁଲିଙ୍ଗ ପର୍ସନାଲ ପହଞ୍ଚି କାଲି ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ପରିଚାଳନା କରିବା ପାଇଁ ବିଭିନ୍ନ ସାମଗ୍ରୀ ସମେତ ନିଜକୁ ପଞ୍ଜୀକରଣ କରାଇଛନ୍ତି। ପୁଲିଙ୍ଗ ପାର୍ଟି ପାଇଁ ସ୍ବତନ୍ତ୍ର ଅସ୍ଥାୟୀ ପ୍ରକୋଷ୍ଠ କରାଯାଇ ଇଭିଏମ ସହ ସମସ୍ତ ନିର୍ବାଚନ ପରିଚାଳନା ସାମଗ୍ରୀ ପ୍ରଦାନ କରାଯାଉଛି।

ଜିଲ୍ଲା ପ୍ରସାଶନ ଓ ପୋଲିସ କିପରି ସୁରୁଖୁରୁରେ ନିର୍ବାଚନ ପରିଚାଳନା କରାଯିବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି। ପାରଳାଖେମୁଣ୍ଡି ପୌରାଞ୍ଚଳରେ ୩୮ଟି ବୁଥରେ ହେବ ନିର୍ବାଚନ । ଭୋଟ ଦେବେ ୩୪ହଜାର ୭୬ଭୋଟର।ସେହିପରି କାଶୀନଗର ଏନ୍ଏସିରେ ୧୩ବୁଥରେ ୯ହଜାର ୧୪୯ଜଣ ଦେବେ ଭୋଟ। ରାତି ପାଇଲେ ଭୋଟର ପହଞ୍ଚିବେ ବୁଥରେ ଯାହାକୁ ନେଇ ବୁଥରେ ପହଞ୍ଚିଛନ୍ତି ପୁଲିଙ୍ଗ ପାର୍ଟି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.