Below header

ଆସନ୍ତାକାଲି ୟୁରୋପ ଯିବେ ବାଇଡେନ, NATO ସଦସ୍ୟ ଓ ୟୁରୋପିୟନ ୟୁନିଅନ ନେତାଙ୍କ ସହ କରିବେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ୟୁରୋପ ଗସ୍ତରେ ଯିବେ ବାଇଡେନ । ଯୁଦ୍ଧର ଏକମାସ ପରେ ସେ ୟୁରୋପ ଗସ୍ତରେ ଯାଉଛନ୍ତି । ଠିକ ମାସକ ତଳେ ୟୁକ୍ରେନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଟିନ ତାଙ୍କ ସେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବେଲଜିୟମ ହେବ ବାଇଡେନଙ୍କ ପ୍ରଥମ ରହଣୀ । ଯେଉଁଠାରେ ସେ NATO ସଦସ୍ୟ, G-7 ଓ ୟୁରୋପିୟନ ୟୁନିଅନ ନେତାଙ୍କ ସହ ଆଲୋଚନା କରିବେ । ୟୁକ୍ରେନକୁ କିପରି ଅଧିକ ସହଯୋଗ କରାଯାଇପାରିବ ଓ ରୁଷ ଉପରେ ଅଧିକ ପ୍ରତିବନ୍ଧକ ଲଗାଯାଇପାରିବ, ସେନେଇ ଆଲୋଚନା କରିବେ ବୋଲି କହିଛନ୍ତି ବାଇଡେନ । ଏହାପରେ ପୋଲାଣ୍ଡ ଗସ୍ତ କରି ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବାଇଡେନ ।

ୟୁକ୍ରେନରେ ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ଅପେକ୍ଷା କରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଗସ୍ତ ସହ ସେ ଜଣାଇବାକୁ ଚାହୁଁଛନ୍ତି ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ଅଛନ୍ତି । ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ହେଲେ ଆମେ ଏକାଠି ହୋଇ ଅଧିକ ଶକ୍ତିଶାଳୀ ହୋଇ ରହିଛୁ । ଆମେ ୟୁକ୍ରେନ ସହ ରହିଛୁ । ପୁଟିନ ତାଙ୍କ କାର୍ଯ୍ୟକଳାପ ପାଇଁ ଭାରି ଆର୍ଥିକ ମୂଲ୍ୟ ଦେବେ ବୋଲି କହିଛନ୍ତି ବାଇଡେନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.