ବିବାହର ତିନି ମାସରେ ପତ୍ନୀ ସାତ ମାସର ଗର୍ଭବତୀ ଥିବା ଜାଣିଲେ ସ୍ୱାମୀ, ମାନସିକ ଭାରସାମ୍ଯ ହରାଇ କଲେ ଆତ୍ମହତ୍ୟା

ରେଢାଖୋଲ(କେନ୍ୟୁଜ୍‌): ବିବାହର ୪ ମାସ ନପୁରୁଣୁ ,କାନ୍ଥରେ ଶୁଭ ବିବାହର ଲେଖା ନଲିଭୁଣୁ ପତ୍ନୀର ପଣତକାନିରେ ଶୋଇବା ବଦଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା କୁକୁଡାବାହାଳି ଗାଁରେ । ଏହି ଗାଁର ମହୋନ ଦେହୁରୀ, ରେଢାଖୋଲ ବ୍ଲର୍କ  ଗରଗଡବାହାଲ ପଟୀୟତର , ଡଙ୍ଗାପଥର ଗାଁର ହିମାଦ୍ରୀ ଦେହୁରୀଙ୍କୁ ବୌଦୀକ ରିତିରେ ବିବାହ କରିଥିଲେ।

ବିବାହର ଦୁଇ ମାସ ପରେ ସ୍ବାମୀ ମହୋନ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ହିମାଦ୍ରୀ ୬ ମାସର ଗର୍ଭବତୀ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ କଥା ପଡିଥିଲା । ପତ୍ନୀ ହିମାଦ୍ରୀ ଏହି ଘଟଣା ପରେ ନିଜ ବାପ ଘରେ ଯାଇ ରହୁଥିଲେ।

ବିବାହର ଏକମାସ ପରେ ସବୁବେଳେ ପତ୍ନୀ ହିମାଦ୍ରୀ ଓଲଟି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସେହି କାରଣରୁ ଆଜି  ମହୋନ ଘରେ ନିଜ ଘରେ ନିଜ ସ୍ତ୍ରୀର ଶାଢୀରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.